ଅନ୍ୟାନ୍ୟ

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର, ୦୮/୧୧/୨୦୨୨ –   ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ମଙ୍ଗଳବାର ବଡି ଭୋରରୁ ବିଭିନ୍ନ ନଦୀ, ପୁଷ୍କରିଣୀ ଓ ଜଳାଶୟରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଆ, କା, ମା, ବୈ ଉଚ୍ଚାରଣରେ ଭୁବନେଶ୍ୱର ବିନ୍ଦୁ ସାଗର, ପୁରୀ ବେଳାଭୂମି, ଚନ୍ଦ୍ରଭାଗା, କଟକ ମହାନଦୀ, କାଠଯୋଡି,  ସମେତ ରାଜ୍ୟର ସମସ୍ତ ସ୍ଥାନରେ ଶ୍ରଦ୍ଧାଳୁ ମାନେ ଡଙ୍ଗା ଭସାଇଛନ୍ତି । ଡଙ୍ଗା ଭସାଣ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଆଜି ଚନ୍ଦ୍ରଗ୍ରହଣ ପଡୁଥିବାରୁ, ରୀତି ନୀତି ଅନୁସାରେ ଏହା ପୂର୍ବରୁ ଡଙ୍ଗା ଭସାଣ ସାରିବାକୁ, ମଧ୍ୟ ରାତ୍ରିରୁ ହିଁ ଡଙ୍ଗା ଭସା ଆରମ୍ଭ ହୋଇ ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com