ଅନ୍ୟାନ୍ୟ

୮ ଟି ପଞ୍ଚାୟତକୁ ଅନ୍ଧାର କରିଦେଲା ମୂଷା, ନାକେଦମ ହେଲେ ବିଦ୍ୟୁତ କର୍ମଚାରୀ

ଭୁବନେଶ୍ୱର: ୮ ଟି ପଞ୍ଚାୟତକୁ ଅନ୍ଧାର କରିଦେଲା ମୂଷା । ଏଭଳି ଏକ ଆଶ୍ଚର୍ଯ୍ୟ ଚକିତ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀ ଖୁଣ୍ଟି ବ୍ଲକରେ । ଗୋଟିଏ ମୂଷା ପାଇଁ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ପ୍ରାୟ ୮ ଟି ପଂଚାୟତରେ ଦୀର୍ଘ ୮ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଗୋଟିଏ ମୂଷା ଟାଟା ପାୱାର କାର୍ଯ୍ୟାଳୟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ଚଢ଼ି ଯାଇଥିଲା।ମୂଷାଟି ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ଚଢ଼ିଯାଇ ବିଦ୍ୟୁତ ତାର ସମ୍ପର୍କରେ ଆସିବା ପରେ ସଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା ।

ପରେ ସମଗ୍ର ପଞ୍ଚାୟତର ଲୋକେ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିଲେ । ଶେଷରେ ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ଟାଟା ପାୱାର କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com