ଓଡ଼ିଶା

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମୋବାଇଲ ଦୋକାନରୁ ଲୁଟିନେଲେ ୧୩ ସ୍ମାର୍ଟଫୋନ୍

ଚାନ୍ଦବାଲୀ() ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ଥାନା ଅଧିନସ୍ଥ ମତୋ ବଜାର ଆରଏମସି ମାର୍କେଟ କମ୍ପ୍ଲେକ୍ସରେ ଚୋରି । ଲିଟିଲ ଷ୍ଟାର ମୋବାଇଲ ଦୋକାନରୁ ୧୩ଟି ସ୍ମାର୍ଟ ଫୋନ ଲୁଟିନେଇଛନ୍ତି ଲୁଟେରା । ଯାହାର ମୁଲ୍ୟ ପ୍ରାୟ ଏକ ଲକ୍ଷ ଅସି ହଜାରରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ମୋବାଇଲ ଦୋକାନୀ ରଶ୍ମିକାନ୍ତ ପଣ୍ଡା ।

ସବୁଠୁ ବଡକଥା ହେଉଛି ଯଦି ମତୋ ଫାଣ୍ଡିରୁ ମାତ୍ର ୧୦୦ମିଟର ଦୂରରେ ଏହି ଚୋରି ହୋଇପାରୁଛି । ତାହାହେଲେ ଆଖପାଖ କଥା ନକହିବା ଭଲ । ଆର ଏମସିରେ ରାତ୍ରି ଜଗୁଆଳି ମଧ୍ୟ ରହୁଥିବା ବେଳେ ଏପରି ଚୋରି ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ଏହାକୁ ଘୋର ନିନ୍ଦା କରାଯାଇଛି । ମତୋ ବଜାରରେ ମତୋ ଫାଣ୍ଡି ପକ୍ଷରୁ ରାତ୍ରି କାଳିନ ଡିୟୁଟି ପାଇଁ ଦୁଇଟି ପୋଲିସ ଷ୍ଟାଫ୍ ମଧ୍ୟ ନିୟୋଜିତ କରାଯାଇଛି ।

ହେଲେ ପୋଲିସ ଆଖିରେ ଧୁଳିଦେଇ ବିଳମ୍ବିତ ରାତିରେ ଉକ୍ତ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି । ଏହିପରି ବାରମ୍ବାର ଚୋରି ହେଉଥିବାରୁ ସାଧାରଣ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ବୁଦ୍ଧିଜୀବୀ ମାନେ ଏପରି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com