ଅନ୍ୟାନ୍ୟ

ଛେଳି ବଦଳରେ ପାଖରେ ବସିଥିବା ଗ୍ରାମବାସୀଙ୍କୁ ବଳି ଦେଇଦେଲା ଯୁବକ

ହାଇଦ୍ରାବାଦ() ମଣିଷ ନିଶାଗ୍ରସ୍ତ ହୋଇଗଲେ ଭଲମନ୍ଦ ଭୁଲିଯାଏ। କ’ଣ କରୁଛି ତାହା ଜାଣିପାରେନାହିଁ। ଏହି ନିଶା ପାଇଁ ଆନ୍ଧ୍ରପ୍ରଦେଶରେ ଘଟିଥିବା ଛାତିଥରା ଘଟଣା ଏବେ ଚର୍ଚ୍ଚାରେ ରହିଛି। ଛେଳି ବଳି ଦେବା ବଦଳରେ ମଣିଷର ବଳି ଦେଲା ନିଶାଗ୍ରସ୍ତ ଥିବା ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ଥିବା ବଳସାପଲ୍ଲୀ ଗାଁରେ। ଜ‌ାନୁଆରିି ୧୬ରେ ସଂକ୍ରାନ୍ତି ଉପ‌ଲକ୍ଷେ ମନ୍ଦିରରେ ଛେଳି ବଳି ଦିଆଯିବାକୁ ଥିବା ବେଳେ ନିଶାଗ୍ରସ୍ତ ଥିବା ଯୁବକ ଭୁଲରେ ପାଖରେ ଥିବା ଜଣେ ଲୋକକୁ ଟାଣି ଆଣି ବଳି ଦେଇଥିବା ଭଳି ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତର ନାଁ ଚଲପଥୀ ବୋଲି ଜଣାପଡ଼ିଥିବା ବେଳେ ପୀଡ଼ିତଙ୍କ ନାଁ ସୁରେଶ ବୋଲି ସୂଚନା ମିଳିଛି।

ପୁଲିସର ସୂଚନା ଅନୁଯାୟୀ, ସଂକ୍ରାନ୍ତି ପାଇଁ ସ୍ଥାନୀୟ ୟେଲ୍ଲାମ୍ମ‌ା ମନ୍ଦିରରେ ଛାଗ ବଳି ଦିଆଯିବା ନେଇ ଯୋଜନା ରହିିଥିଲା। ସ୍ଥିରୀକୃତ ବ୍ୟବସ୍ଥା ଅନୁଯାୟୀ ଚଲପଥୀଙ୍କୁ  ଖୁଣ୍ଟରେ ବନ୍ଧା ହୋଇଥିବ‌ା ଛେଳିର ବେକ ହାଣଇ ତାକୁ ବଳି ଚଢ଼ାଇବାର ଥିଲା। କିନ୍ତୁ ପ୍ରଚୁର ମଦ୍ୟପାନ କରିଥିବା ଅଭିଯୁକ୍ତ ବଳି ଦିଆଯିବା ସମୟ ଆସିବାରୁ ଛେଳିକୁ ଛାଡ଼ି ଛେଳି ପାଖରେ ବସିଥିବା ଜନୈକ ଗ୍ରାମବାସୀ ସୁରେଶଙ୍କୁ ଟାଣି ଆଣି ତାଙ୍କ ବେକରେ ହାଣ ପକାଇଥିଲେ। ଉପସ୍ଥିତ ଲୋକେ ଚଳପଥୀଙ୍କୁ ରୋକୁରୋକୁ ସୁରେଶଙ୍କ ବେକ‌ରେ ଚୋଟ ପଡ଼ିସାରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com