ଅନ୍ୟାନ୍ୟ

ପୂର୍ବ ଶତୃତାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୯ ଆହତ

ବ୍ରହ୍ମପୁର, ୩୦/୦୮/୨୦୨୨-   ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ପିତାତଳି ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଗୋଳନ୍ଥରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରିଛି । ବ୍ରହ୍ମପୁର ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ତରଫରୁ ଥାନାରେ ଏତଲା ଦିଆଯାଇଛି । ପିତାତଳି ସରପଞ୍ଚ ରାଙ୍ଗା ରାଓ ଏବଂ ଚିକିଟି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ନରସିଂହ ମୂର୍ତ୍ତିଙ୍କ ଗୋଷ୍ଠୀ ମଧ୍ୟରେ କୌଣସି  କଥାକୁ ନେଇ ସଂଘର୍ଷ ଘଟିଥିଲା ।

ଏ ନେଇ ରାଙ୍ଗା ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦେଇ ଫେରୁଥିବା ବେଳେ ନରସିଂହ ଗୋଷ୍ଠୀର ସଦସ୍ୟଙ୍କ ସହିତ ଗାଁରେ ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀ ପରସ୍ପରକୁ ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ରାଙ୍ଗା ଗୋଷ୍ଠୀର ଏ.ପାପା ରାଓ, ଟି. ଇରାସ୍ଵାମୀ ଓ ଏ. ରାଜୁ ଏସ୍. ସୁନିତା ଓ ଏସ୍. ତେଜା ଦୁଇ ମହିଳା ଗୁରୁତର ହୋଇ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ସେହିପରି ନରସିଂହ ଗୋଷ୍ଠୀର ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାଜନୈତିକ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com