ଅନ୍ୟାନ୍ୟ

ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି ! ବିଦ୍ୟୁତ ବିଭ୍ରାଟ ପାଇଁ ଦାୟୀ କିଏ ?

ରାଷ୍ଟ୍ରପତି  ଙ୍କ ଅଭିଭାଷଣ ବେଳେ ଘଟିଲା ଲଜ୍ଜାକର ଘଟଣା । ଅନ୍ଧାରରେ ଭାଷଣ ଦେଲେ ମହାମହିମ ଦ୍ରୌପଦୀ ମୁର୍ମୁ । MSCBU ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିଜୁଳି ଚାଲିଗଲା । ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ସେପଟେ ହଲରେ ପୂରା କିଟିକିଟି ଅନ୍ଧାରରେ ବସିଥିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ୱାରା ବିଜୁଳି ଆସିଥିବା ସୂଚନା ମିଳିଛି । ତେବେ ଏଭଳି ଦାୟିତ୍ୱହୀନତା ପାଇଁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି . . .ସେପଟେ ରାଷ୍ଟ୍ରପତିଙ୍କ ଭାଷଣରେ ଅନ୍ଧାର ହୋଇଥିବା ନେଇ କ୍ଷମା ମାଗିଲେ MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ । ଏଭଳି ତ୍ରୁଟି ପାଇଁ ସେ ନିଜକୁ ଦାୟୀ କରିଛନ୍ତି । ‘ବିଲଡିଂ ଇଡକୋ ତିଆରି କରିଥିବା ବେଳେ ଜେନେରେଟର ବି ସଜାଡ଼ିଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଡେଡିକେଟେଡ ଜେନେରେଟର ଥିଲା, ହେଲେ ସେଇଟା ବି କାମ ଦେଲାନି । ଏଥିପାଇଁ ଆମକୁ ଲଜ୍ଜିତ ହେବାକୁ ପଡ଼ିଲା । ତେବେ ଏହି ଘଟଣା ପାଇଁ ସେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇନାହାନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com