ଅନ୍ୟାନ୍ୟ

ଅଭିଯୋଗର ୧୦୦ ମିନିଟ୍ ମଧ୍ୟରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭଦ୍ରକ, ୨୭/୧୦/୨୦୨୨-  ଧାମନଗର ଉପନିର୍ବାଚନକୁ ଯଥା ସମ୍ଭବ ଅବାଧ, ମୁକ୍ତ ଏବଂ ନିରପେକ୍ଷ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ କଠୋର ପଦକ୍ଷେପ ନେଇଛନ୍ତି । ଆସୁଥିବା ଅଭିଯୋଗର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତିି । ଭୋଟରକୁ ଲାଞ୍ଚ, ପ୍ରୋଲଭନ ଦେବା ଅପରାଧ । ଏଭଳି ଅଭିଯୋଗ ଆସିବା ପରେ ୧୦୦ ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ କ୍ଷେତ୍ରରେ ମୋବାଇଲ ଭିଡ଼ିଓକୁ ପ୍ରମାଣ ରୂପେ ନିଆଯିବ ।

କେହି ଭୋଟରମାନକୁ ଅର୍ଥ ଦେବା, ଭୋଟ ପାଇଁ ଧମକାଇବା, ସାଇଲେନସ ସମୟ ଭିତରେ ମିଟିଂ କରିବା, ଭୋଟ ଦେବା ସମୟରେ ଲୋକଙ୍କୁ ପ୍ରଭାବିତ କରିବାକୁ ଗ୍ରହଣ କରାଯିବ ନାହିଁ । କୌଣସି ଦଳ ବା କର୍ମୀ ବେଆଇନ କାର‌୍ୟ୍ୟ କରୁଥିଲେ ଲୋକମାନେ ସି-ଭିଜିଲ ଆପ ମାଧ୍ୟମରେ ଅଭିଯୋଗ କରିପାରିବେ । ଏ ପର୍ଯ୍ୟନ୍ତ ୧୦୨ଟି ଅଭିଯୋଗ ହୋଇଥିବା ବେଳେ, ୨୧୬ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ବର୍ତ୍ତମାନ ସୁଦ୍ଧା ସି-ଭିଜିଲ ଆପ ଜରିଆରେ ୬ଟି ଅଭିଯୋଗ ଆସିଛି । ଏହି ଅବସରରେ ସିଇଓଙ୍କ ଵିରୋଧରେ ଆସିଥିବା କନଫ୍ଲି-ଅଫ-ଇଂଣ୍ଟରରେଷ୍ଟ ଅଭିଯୋଗର ମଧ୍ୟ ସେ ଜବାବ ରଖିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com