ଅନ୍ୟାନ୍ୟ

୯ ଦଫା ଦାବି ନେଇ ଜନ ଅଧିକାର ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର, ୩୧/୦୮/୨୦୨୨-  ଗଞ୍ଜମ ଜିଲ୍ଲା ଦିଗପହଣ୍ଡି ତହସିଲଦାରଙ୍କ ଜରିଆରେ ଜନ ଅଧିକାର ମଞ୍ଚ ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଜନ ଅଧିକାର ମଞ୍ଚର ଦିଗପହଣ୍ଡି ସଭାପତି ସମ୍ଭବ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ତହସିଲଦାରଙ୍କ ଅନୁପସ୍ଥିତରେ ଅତିରିକ୍ତ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

୯ ଦଫା ଦାବି ସମ୍ମିଳିତ ସ୍ମାରକ ପତ୍ରରେ ଦିଗପହଣ୍ଡି ବସ୍ ଷ୍ଟାଣ୍ଡକୁ ବଡ଼ ଖେମୁଣ୍ଡି ମାଟିର ଗୈାରବ ରାଜପୁତ୍ର ସନ୍ଥ ଅରକ୍ଷିତ ଦାସଙ୍କ ନାମାନୁସାରେ ନାମିତ କରାଯିବା, ବସ୍ ଷ୍ଟାଣ୍ଡରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଏବଂ ଅରକ୍ଷିତ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା, ପୁରୁଣା ବସ୍ ଷ୍ଟପ୍ ନିକଟରେ ଏକ ଟ୍ରାଫିକ ଛକ ପ୍ରତିଷ୍ଠା କରାଯିବା, ପୁଞ୍ଜିକୟାଁ ଛକ, ବସ୍ ଷ୍ଟାଣ୍ଡ ଛକ, ଗୁପ୍ତେଶ୍ୱର ମନ୍ଦିର ଛକରେ ଟ୍ରାଫିକ ନିୟନ୍ତ୍ରଣ ପୋଲିସ ମୁତୟନ କରାଯିବା, ମେଡିକାଲରେ ସ୍ଥାୟୀ ଡାକ୍ତରଙ୍କ ସମେତ ସମସ୍ତ ପଦବୀ ପୂରଣ, ମଠ ମନ୍ଦିରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ପ୍ରଶାସନ ଦ୍ବାରା ତଦାରଖ କରାଯିବା, ଦିଗପହଣ୍ଡି ଠାରୁ ଶ୍ରୀ ଜଗନ୍ନାଥ ଧାମ ପୁରୀ କୁ ସ୍ବତନ୍ତ୍ର ସରକାରୀ ବସ୍ ଚଳାଚଳ କରାଯିବା ଆଦି ଉକ୍ତ ସ୍ମାରକ ପତ୍ରରେ ଦର୍ଶାଯାଇଛି।

ସ୍ମାରକପତ୍ର ପ୍ରଦାନ ସମୟରେ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ଗୈାଡ, ରଞ୍ଜନ କୁମାର ପାତ୍ର, ପ୍ରଶାନ୍ତ କୁମାର ସାହୁ, ରୁଦ୍ରନାରାୟଣ ପଣ୍ଡାଙ୍କ ସମେତ ଅନେକ କର୍ମୀ ଯୋଗଦାନ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com