ଅନ୍ୟାନ୍ୟ

ଗୁଜରାଟରେ ଲଗାତାର ସପ୍ତମଥର ପାଇଁ ସରକାର ଗଠନ ବିଜେପି

ଭୁବନେଶ୍ୱର, ୦୮/୧୨/୨୦୨୨ –    ଗୁଜରାଟର ବିଧାନସଭା ନିର୍ବାଚନରେ ମାରିଛି ବିଜେପି । ଏଥିସହ ଗୁଜରାଟରେ ଲଗାତାର ଭାବେ ସପ୍ତମଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି । ପୂର୍ବଥରର ସମସ୍ତ ରେକର୍ଡ ଭାଙ୍ଗି ଏଥର ବିଜେପି ୧୫୦ ରୁ ଅଧିକ ଆସନ ଜିତିବାରେ ସଫଳ ହୋଇଛି । ଏହି କ୍ରମରେ ଡିସେମ୍ବର ୧୨ ତାରିଖ ୨ ଟା ବେଳେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଜେପିର ରାଜ୍ୟ ଅଧ୍ୟକ୍ଷ ସିଆର ପାଟିଲ ଘୋଷଣା କରିଛନ୍ତି । ଗାନ୍ଧୀନଗର ହେଲିପ୍ୟାଡ ଗ୍ରାଉଣ୍ଡରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଥିବା ଭୂପେନ୍ଦ୍ରଭାଇ ପଟେଲ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com