ଅନ୍ୟାନ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆତ୍ମଘାତୀ ବିସ୍ଫୋରଣ ପାଇଁ ଯୋଜନା

ନୂଆଦିଲ୍ଲୀ, ୧୮ /୧୦/୨୦୨୨-  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହୋଇପାରେ ଆତ୍ମଘାତୀ ବିସ୍ଫୋରଣ । ଏଭଳି ଚାଞ୍ଚଲ୍ୟ ଖେଳାଇ ଦେଲାଭଳି ତଥ୍ୟ ଦେଇଛି ଗୁଇନ୍ଦା ବିଭାଗ । ଗୁଇନ୍ଦା ବିଭାଗ ଅନୁଯାୟୀ, ପାକିସ୍ତାନର ଆଇଏସଆଇ ଟାର୍ଗେଟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଉ ଏଥିପାଇଁ ଲସ୍କର-ଏ-ତୋଇବାକୁ ଦାୟିତ୍ୱ ଦେଇଛି ଆଇଏସଆଇ । ଏହି ଆକ୍ରମଣ କୌଣସି ରାଲି କିମ୍ବା ସଭା ସମୟରେ କରା ଯାଇପାରେ । ଏଥିପାଇଁ ପୋଲିସ ପୋଷାକରେ ଏହି ଆତଙ୍କବାଦୀ ମାନେ ରାଲି କିମ୍ବା ସଭାସ୍ଥଳରେ ପ୍ରବେଶ କରିପାରନ୍ତି ଆଉ ସୁଯୋଗ ମିଳିବା କ୍ଷଣି ମୋଦିଙ୍କୁ ଆକ୍ରମଣ କରିପାରନ୍ତି । ଏଭଳି ଗୁଇନ୍ଦା ବିଭାଗ ସତର୍କ କରାଇଛି ।

ଏନେଇ ଖବର ମିଳିବା ପରେ ସତର୍କ ହୋଇ ଉଠିଛନ୍ତି ଗୁଇନ୍ଦା ବିଭାଗ ସମେତ ପୋଲିସ ଏବଂ ମୋଦିଙ୍କ ସୁରକ୍ଷାରେ ଦାୟିତ୍ୱରେ ଥିବା ଅଧିକାରୀମାନେ । ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଛି ଆଇଏସଆଇ । ଆସନ୍ତା ସପ୍ତାହରେ ଗୁଜୁରାଟ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଗସ୍ତରେ ଯିବେ ମୋଦୀ । ତେଣୁ ଏହି ଗୁଇନ୍ଦା ଖବର ମିଳିବା ପରେ କାର‌୍ୟ୍ୟକ୍ରମରେ ପରିବର୍ତ୍ତନ ହେବ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

କେବଳ ମୋଦି ନୁହଁନ୍ତି ବରଂ ଦେଶର ଅନ୍ୟ ବଡ ନେତାଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଲସ୍କର-ଏ-ତୋଇବାକୁ ନିର୍ଦ୍ଦେଶ ରହିଛି । କିଛିଦିନ ତଳେ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ ହୋଇଥିବା ଏନଆଇଏର ଜଣେ ସଦସ୍ୟ କୁ ଜେରା ବେଳେ ମୋଦୀଙ୍କ ମୋଦିଙ୍କୁ ଆକ୍ରମଣ ନେଇ ଭଣ୍ଡୁର ହୋଇଥିବା ଯୋଜନା ବିଷୟରେ ସ୍ୱୀକାର କରିଥିଲା । ଏବେ ଏହି ଖବର ମିଳିବା ପରେ ଅଧିକ କ୍ରିୟାଶୀଳ ହୋଇ ଉଠିଛି ସୁରକ୍ଷା ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com