ଅନ୍ୟାନ୍ୟ

ବିଦେଶରେ ରହୁଥିବା ଲୋକଙ୍କ ପାଇଁ ଆସିବ ନୂଆ ପ୍ରକାରର EVM

ନୂଆଦିଲ୍ଲୀ, ୩୦/୧୨/୨୦୨୨-   ବିଦେଶରେ ରହୁଥିବା ଲୋକଙ୍କ ଲାଗିଙ୍କ ଲାଗି ଖୁବ୍ ଶୀଘ୍ର ନୂଆ ଧରଣର ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଆସିବ । ଦୂରାନ୍ତରେ ରହୁଥିବା ପ୍ରବାସୀମାନେ ଅନେକ ସମୟରେ ଭୋଟ ଦେଉନାହାନ୍ତି । କାର୍ଯ୍ୟ, ବିବାହ ଓ ଶିକ୍ଷାଗତ କାରଣରୁ ଭାରତରେ କୋଟି କୋଟି ଲୋକେ ନିର୍ବାଚନ ସମୟରେ ନିଜ ସ୍ଥାନକୁ ଆସିପାରନ୍ତି ନାହିଁ କି ମତାଧିକାର ସାବ୍ୟସ୍ତ କରିପାରନ୍ତି ନାହିଁ । ମୋଟ ପ୍ରବାସୀଙ୍କ ମଧ୍ୟରୁ କେବଳ ରାଜ୍ୟ ଭିତରେ ହିଁ ଏହି ହାର ୮୫ ପ୍ରତିଶତ । ଗତ ୨୦୧୯ ସାଧାରଣ ନିର୍ବାଚନରେ ୩୦ କୋଟି ଲୋକ ଭୋଟ ଦେଇ ନଥିଲେ ।

ଏନେଇ ଚିନ୍ତିତ ଥିବା ଭାରତର ନିର୍ବାଚନ ଆୟୋଗ ଏହି ନୂଆ E.V.M ପ୍ରଚଳନ ଲାଗି ଆଶା ବାନ୍ଧିଛନ୍ତି । ଆସନ୍ତା ୧୬ରେ ଏହି ମେସିନର ଡେମା କରାଯିବ ଏବଂ ଏଥିରେ ବୈଷୟିକ ବିଶେଷଜ୍ଞ କମିଟି ସାମିଲ ହେବ । ଏକ୍ଷେତ୍ରରେ ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ମତାମତ ଦେବା ଲାଗି ରାଜନୈତିକ ଦଳଙ୍କୁ ଆହ୍ବାନ କରାଯାଇଛି । ଏହି ନୂଆ ଧରଣର E.V.Mକୁ ବ୍ୟବହାର କରିବା ସକାଶେ ବିଭିନ୍ନ ରାଜନୈତିକ ଦଳକୁ E.C.I ଅନୁରୋଧ କରିଛନ୍ତି ।

ଏହି ନୂଆ ପଦକ୍ଷେପ ନିର୍ବାଚନଭିତ୍ତିକ ଗଣତନ୍ତ୍ର ଲାଗି ଏକ ରୂପାନ୍ତରଣ ହେବ ବୋଲି କହିଛନ୍ତି ସିଇସି ରାଜୀବ କୁମାର । ଏହା ସହ ନୂଆ E.V.Mର ଆଇନଗତ ଓ ବୈଷୟିକ ଦିଗ ଉପରେ ପର୍ଯ୍ୟାଲୋଚନା କରିଛନ୍ତି । ମଲ୍ଟି କନଷ୍ଟିଚୁଏନସି ରିମୋଟ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ବା R.V.M ରେ ପ୍ରାୟ ୭୨ଟି ନିର୍ବାଚନ ନିର୍ବାଚନ ମଣ୍ଡଳୀର ତଥ୍ୟକୁ ପ୍ରୋଗ୍ରାମିଂ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com