ଅନ୍ୟାନ୍ୟ

କଂଗ୍ରେସରେ ଯୋଗଦେଲେ ପ୍ୟାରୀମୋହନଙ୍କ ଝିଅ ଶିକ୍ତା ପତି

ଭୁବନେଶ୍ୱର, ୧୬/୦୨/୨୦୨୩ –   କଂଗ୍ରେସରେ ମିଶିଲେ ଶିକ୍ତା ପତି । ଶିକ୍ତା ହେଉଛନ୍ତି ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳ ଯେଉଁ ଦାୟିତ୍ୱ ଦେବ ସେ ତାକୁ ସମ୍ଭାଳିବେ ବୋଲି କହିଛନ୍ତି ଶିକ୍ତା ।

କଂଗ୍ରେସରେ ସାମିଲ ହେବା ପରେ ଶିକ୍ତା ପତି କହିଛନ୍ତି, ଏକ ଜାତୀୟ ଦଳରେ ଅଂଶୀଦାର ହେବା ପାଇଁ ତାଙ୍କୁ ସୁଯୋଗ ମିଳିଛି । ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ PCC ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲ୍ଲା କୁମାର, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଓ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତି ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com