ଅନ୍ୟାନ୍ୟ

ବର ଖେଳିଲେ ଚକା ଭଉଁରୀ

 ଭୁବନେଶ୍ୱର ୨୮/ ୦୪/ ୨୦୨୩ –    ଭାରତରେ ବିବାହର ରହିଛି ଏକ ନିଆରା ଆନନ୍ଦ । ବିଶେଷକରି ବର ରୋଷଣୀ ସମୟରେ ରହିଥାଏ ଅଧିକ ଖୁସି । କାରଣ ବରଯାତ୍ରୀମାନଙ୍କ ବିଭିନ୍ନ ଅଙ୍ଗଭଙ୍ଗୀରେ ନାଚ ସମସ୍ତଙ୍କୁ ପସନ୍ଦ ଆସିଥାଏ । ନିକଟରେ ଏବେ ଏକ ବର ଯିବା ବେଳର ଦୃଶ୍ୟ ଭାଇରଲା ହେଉଛି । ଯାହା ଦେଖିବାପରେ ସମସ୍ତେ ହସି ହସି ଗଡି ଯାଉଛନ୍ତି ।

ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବୟସର ଲୋକମାନେ ଡିଜେ ମ୍ୟୁଜିକରେ ଏକ ବର ପ୍ରୋସେସନରେ ନାଚୁଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ବେଡସିଟ୍ ଘୋଡେଇ ହୋଇ ନାଚୁଛନ୍ତି ଏବଂ ନିଜେ ନିଜ ନାଚକୁ ଖୁବ୍ ଉପଭୋଗ କରୁଛନ୍ତି । ସେହିପରି ବରଙ୍କୁ ମଧ୍ୟ ତାଙ୍କର ଜଣେ ବନ୍ଧୁ କାନ୍ଧରେ ବସାଇ ଜୋରରେ ଚକା ଭଉଁରୀ ଖେଳାଇ ତାଙ୍କୁ ନଚେଇବାକୁ ଚେଷ୍ଟା କରୁଛନ୍ତି । ବର ମଧ୍ୟ ହାତରେ ଫୁଲ ତୋଡା ଧରି ଦୁଇ ହାତ ଟେକି ଖୁବ୍ ଜୋରରେ ନାଚୁଛନ୍ତି । ଆଉ ଏହି ସମୟରେ ଆଉ ଜଣେ ବ୍ୟକ୍ତି ସ୍ନୋ ସ୍ପ୍ରେ କରି ବରଙ୍କୁ ଉତ୍ସାହିତ କରୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com