Breaking NewsFeaturedଅନ୍ୟାନ୍ୟ

ବଡ ଭଉଣୀଙ୍କୁ ହରାଇ ଭାଙ୍ଗି ପଡିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାତିଲ କଲେ କାର୍ଯ୍ୟକ୍ରମ

ଚାଲିଗଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଭଉଣୀ । ମୁମ୍ବାଇର ଏକ ଡାକ୍ତରଖାାନାରେ ରାଜେଶ୍ୱରୀ ବେନ ଶାହଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଅମିତ ଶାହଙ୍କ ବଡ ଭଉଣୀଙ୍କ ଦେହାନ୍ତ । ମୁତୁ୍ୟ ବେଳକୁ ତାଙ୍କୁ ୬୦ବର୍ଷ ହୋଇଥିବା ଜଣାପଡିଛି । ସେପଟ ବଡ଼ଭଉଣୀ ରାଜେଶ୍ୱରୀ ବେନ ଶାହଙ୍କ ମୃତ୍ୟୁ ଖବର ପାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ଅମିତ ଶାହା । ସେ ସଙ୍ଗେସଙ୍ଗେ ତାଙ୍କର ସମସ୍ତ କାର୍ୟ୍ୟକ୍ରମ ଓ ଗସ୍ତକୁ ବାତିଲ କରି ଭଉଣୀ ପାଖକୁ ଦୌଡ଼ି ଆସିଛନ୍ତି। ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ୬୦ବର୍ଷୀୟ ରାଜେଶ୍ୱରୀ ବେନଙ୍କ ଫୁସଫୁସ ପ୍ରତିରୋପଣ କରାଯାଇଥିଲା।

କିଛିମାସ ତଳେ ସେ ଅସୁସ୍ଥ ହେବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସହିତ ତାଙ୍କୁ ପ୍ରତି ମୁହୂର୍ତ୍ତରେ ନୀରିକ୍ଷଣରେ ରଖିଥିଲେ ଡାକ୍ତର। ରାଜେଶ୍ୱରୀଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଅନେକ ଚେଷ୍ଟା କରିଥିଲେ ହେଁ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତଦେହକୁ ହସ୍ପିଟାଲରୁ ରାଜେଶ୍ୱରୀଙ୍କ ଘରୁକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଛି। …କେନ୍ଦ୍ର ଗୃହମନ୍ତ୍ରୀ ଶାହା ବିଜେପି କର୍ମକର୍ତ୍ତାଙ୍କ ସହ ମକର ସଂକ୍ରାନ୍ତି ପର୍ବ ପାଳନ ପାଇଁ ଗତ ରବିବାର ଅହମ୍ମଦାବାଦରେ ଥିଲେ। ସୋମବାର ସେ ଗୁଜୁରାଟରେ ଆୟୋଜିତ ହେବାକୁ ଥିବା ଦୁଇଟି କାର୍ୟ୍ୟକ୍ରମରେ ସାମିଲ ହୋଇଥାଆନ୍ତେ। କିନ୍ତୁ ବଡ଼ଭଉଣୀ ମୃତ୍ୟୁଖବର ପାଇ କେନ୍ଦ୍ରମନ୍ତ୍ରୀ ତାଙ୍କ ସମସ୍ତ କାର୍ୟ୍ୟକ୍ରମକୁ ବାତିଲ କରିଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com