ଅନ୍ୟାନ୍ୟ

ଦୁର୍ଘଟଣାରେ ୫ ପୋଲିସ ମୃତ

ରାଜସ୍ଥାନ ଚୁରୁରେ ଏକ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସମସ୍ତ ମୃତକ ପୋଲିସକର୍ମୀ ଥିଲେ । ଏହି ଦୁର୍ଘଟଣାରେ ୨ ଜଣ ଲୋକ ଗୁରୁତର ହୋଇଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି ।

ପୋଲିସକର୍ମୀଙ୍କ ଗାଡି ସୁଜାନାଗଡ ସଦର ଥାନା ଅଞ୍ଚଳର ଏକ ସ୍ଥାନରେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକ ସହ ପିଟି ହୋଇଯିବାରୁ ଏପରି ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଯିବା ସହ ୨ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com