ଅନ୍ୟାନ୍ୟ

ପ୍ରକାଶ ପାଇଲା ୨୦୨୨ ବର୍ଷର ଭିଜିଲାନ୍ସ ରିପୋର୍ଟ

ଭୁବନେଶ୍ୱର, ୩୧/୧୨/୨୦୨୨ –  ୨୦୨୨ ବର୍ଷର ଭିଜିଲାନ୍ସ ରିପୋର୍ଟ ପ୍ରକାଶ ପାଇଛି । ବିଗତ ୫ବର୍ଷରେ ସର୍ବାଧିକ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ । ବର୍ଷକରେ ୫୪୪ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ ୨୮୫ଟି ମାମଲା ହୋଇଛି । ଏମାନଙ୍କ ମଧ୍ୟରୁ ୬୦ ପ୍ରଥମଶ୍ରେଣୀ କର୍ମଚାରୀ, ୫୩ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୨୨୭ ତୃତୀୟ ଶ୍ରେଣୀ କର୍ମଚାରୀ, ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୩୮ ସରକାରୀ କର୍ମଚାରୀ ଓ ୧୫୯ ବେସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।

ସେହିପରି ଲାଞ୍ଚ ନେଉଥିବା ବେଳେ ୧୧୮ଜଣଙ୍କୁ ଭିଜିଲାନ୍ସ ଧରିଥିବା ବେଳେ ବର୍ଷକରେ ୨୦୦ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ୩୭ ପ୍ରଥମ ଶ୍ରେଣୀ, ୩୯ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୧୦୫ ତୃତୀୟ ଶ୍ରେଣୀ କର୍ମଚାରୀ ରହିଛନ୍ତି । ଏଥିରେ ବିଭିନ୍ନ ବିଭାଗର ୪୭ ଇଞ୍ଜିନିୟର, ୩୧ ରେଭିନ୍ୟୁ ଅଫିସର, ୨୦ ପୋଲିସ ଅଫିସର, ୧୩ ଫରେଷ୍ଟ ଅଫିସର ଓ ୧୨ ଜଣ ଡାକ୍ତର ସାମିଲ ଅଛନ୍ତି ।

ସେହିଭଳି ଲାଞ୍ଚ ନେବା ବେଳେ  ୪୧ ପ୍ରତିଶତ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩୦ ପ୍ରତିଶତ ଓ ଦୁର୍ନୀତି ପାଇଁ ୨୯ ପ୍ରତିଶତ କର୍ମଚାରୀ ଧରା ପଡ଼ିଛନ୍ତି । ସେହିପରି ବିପୁଳ ଟଙ୍କା ନେଇ ସାଙ୍ଗରେ ଯିବା ବେଳେ ୭ଜଣ ସରକାରୀ କର୍ମଚାରୀଙ୍କୁ ଧରିବା ସହ ସେମାନଙ୍କ ଠାରୁ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ୫ ବର୍ଷରେ ସର୍ବାଧିକ ନଗଦ ଟଙ୍କା ଜବତ କରିବାରେ ଭିଜିଲାନ୍ସ ଚଳିତ ବର୍ଷ ରେକର୍ଡ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟପ୍ ୪ଟି ମାମଲାରେ ୭ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ । ୨୦୨୨ରେ ଜଣେ ବ୍ୟକ୍ତିଙ୍କ ଠାରୁ ସର୍ବାଧିକ ୧୦ ଲକ୍ଷ ଲାଞ୍ଚ ଟଙ୍କା ଜବତ ହେବା ଓଡିଶା ଭିଜିଲାନ୍ସରେ ପ୍ରଥମ ଘଟଣା ।

Related Articles

Back to top button
WP Twitter Auto Publish Powered By : XYZScripts.com