ଅନ୍ୟାନ୍ୟ

ବାରହା ଆକ୍ରମଣରେ ୮ ଆହତ

ଭୁବନେଶ୍ୱର, ୦୭/୦୨/୨୦୨୩-   ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ବାରହା ଆକ୍ରମଣ । ମଙ୍ଗଳବାର ସକାଳେ କେଶରୀପୁର ଗ୍ରାମକୁ ଏକ ବଣୁଆ ବାରହା ଗ୍ରାମକୁ ପଶି ଆସି ଲୋକଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଏଥିରେ ୮ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ- ଗୌରାଙ୍ଗ ମଳିକ, ରାକେଶ ମଳିକ, ଗୟାଧର ମଳିକ, ଦିବାକର ମଳିକ ଏବଂ ସୁଶୀଳା ମଳିକ ।

ସମସ୍ତ ଆହତଙ୍କୁ ଉଦ୍ଧାର କରି ଗ୍ରାମବାସୀ ମାନେ 108 ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ରାକେଶ ଏବଂ ଗୟାଧରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com