
ବର୍ତ୍ତମାନ କେନ୍ଦ୍ରରେ ବିଜେପିକୁ ଟକ୍କର ଦେଇପାରୁନି କଂଗ୍ରେସ। ଉପଯୁକ୍ତ ବିରୋଧୀ ଭାବେ ଉଠାଇ ପାରୁନି ପ୍ରସଙ୍ଗ। ଏଥିପାଇଁ କେତକ ରାହୁଲ ଗାନ୍ଧୀଙ୍କୁ ଦାୟୀ କରୁଥିବା ବେଳେ ଆଉ କେତେକ ବଂଶବାଦକୁ ଦାୟୀ କରୁଛନ୍ତି। ଏପରି ସମୟରେ ବିଜେପିକୁ ଟକ୍କର ଦେବାକୁ ହେଲେ ଦଳରେ ସାଂଗଠନିକ ପରିବର୍ତ୍ତନର ଆଶ୍ୟକତା ରହିଛି। ଯାହା ଖୁବ୍ଶୀଘ୍ର ହେବାକୁ ଯାଉଥିବା ଖବର ମିଳିଛି। ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ କଂଗ୍ରେସ ଅଧକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି ଶୁଣିବାକୁ ମିଳୁଛି। ହେଲେ ଏନେଇ ରାହୁଲ ଗାନ୍ଧୀ କିମ୍ବା ସୋନିଆଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ୨୦୧୯ରେ ରାହୁଲ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଦଳର ମଙ୍ଗୁଆଳ କିଏ ହେବ ସେ ନେଇ ଅଡ଼ୁଆ ସୃଷ୍ଟି ହୋଇଥିଲା। ବାରମ୍ବାର ସୋନିଆ ହିଁ ଦଳର ଦାୟିତ୍ୱ ତାଙ୍କ ହାତକୁ ନେଉଥିଲେ। ନେତୃତ୍ୱ ବଦଳାଇବାକୁ ଦଳର କିଛି ନେତା ଦାବି ଦାବି କରି ଶେଷରେ ଦଳ ଛାଡ଼ିଥିଲେ। ଏଥର ଯଦି ନେତୃତ୍ୱ ପରିବର୍ତ୍ତନ ହୁଏ ତେବେ କାହା ହାତରେ ଦଳ ରହିବ ତାହା ଦେଖିବା ବାକି ରହିଲା । ଅଧ୍ୟକ୍ଷ ପାଇଁ ନିର୍ବାଚନ ଅଗଷ୍ଟ ୨୧ ତାରିଖରୁ ଆରମ୍ଭ ହେବ। ଏଥର ମଙ୍ଗ ପ୍ରିୟଙ୍କା ଗାନ୍ଧୀଙ୍କ ପାଖକୁ ଯାଇପାରେ ବୋଲି କୁହାଯାଉଛି । ତେବେ ପୁଣିଥରେ ରାହୁଲ ଗାନ୍ଧୀଙ୍କ ନାକୁ ସୁପାରିଶ କରୁଛନ୍ତି କଂଗ୍ରେସ ଆନୁଗତ୍ୟ ନେତା। ତେବେ ଦଳ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।