ଜାତୀୟମନୋରଞ୍ଜନ

ମଦର୍ସ ଡେ ପୋଷ୍ଟ୍‌କୁ ନେଇ କରୀନା ଓ ସାରାଙ୍କ ମଧ୍ୟରେ ଶିତଳ ଯୁଦ୍ଧ

(ମୁମ୍ବାଇ) ମେ ୮ ତାରିଖ ମଦର୍ସ ଡେ ଅବସରରେ ବିଭିନ୍ନ ବଲିଉଡ୍‌ ସେଲିବ୍ରେଟି ସେମାନଙ୍କ ମାଆଙ୍କ ସହ ନିଜର ଫଟୋ ଦେଇ ଶୁଭେଚ୍ଛା ଜଣାଇଥିବା ବେ‌ଳେ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିିଛି ‌ଅଭିନେତ୍ରୀ କରୀନା କପୁର ଓ ତାଙ୍କ ସାବତ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କୁ ନେଇ ହୋଇଥିବା ଶିତଳ ଯୁଦ୍ଧ। ଏହି ଦୁଇ ଜଣଙ୍କ ମଦର୍ସ ଡେ ପୋଷ୍ଟ୍‌ ସବୁଠାରୁ ଅଧିକ ଭାଇରାଲ୍‌ ହେବା‌ରେ ଲାଗିଛି।

କରୀନା ତାଙ୍କ ପୁଅ ତୈମୁର୍‌ ଓ ଜୈହଙ୍କ ସହ ସୁଇମିଂ ପୁଲ୍‌ର ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ସେହିପରି କରୀନା କପୁରଙ୍କ ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପ୍ରଥମ ପତ୍ନୀଙ୍କ ଝିଅ ସାରା ମଧ୍ୟ ନିଜ ମାଆଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ସାରା ଯେଉଁ ଫଟୋଟି ସେୟାର କରିଛନ୍ତି ସେଥିରେ ସେ, ତାଙ୍କ ମାଆ ଅମୃତା ସିଂହ ଓ ଭାଇ ଇବ୍ରାହିମ୍‌ ରହିଛନ୍ତି। ଅମୃତା ସିଂହ ମଧ୍ୟ ଏକ ସୁଇମିଂ ପୁଲ୍‌ରେ ନିଜର ଦୁଇ ପିଲାଙ୍କୁ ଧରି ଫଟୋ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି।

କରୀନାଙ୍କ ପୋଷ୍ଟ୍‌ ପରେ ସାରା ନିଜ ମାଆ ବି କେଉଁ ଗୁଣରେ କମ୍‌ ନୁହଁନ୍ତି ବୋଲି ଦେଖାଇବା ପାଇଁ ଏପରି ଫଟୋ ପୋଷ୍ଟ୍‌ କରିଛନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଉଭୟ ଅମୃତା ଓ କରୀନା ନିଜ ପିଲାମାନଙ୍କ ସହ ବେଶ୍‌ ସୁନ୍ଦର ଦିଶୁଛନ୍ତି ବୋଲି ଆପଣ ଅସ୍ବୀକାର କରିପାରିବେନି।

Related Articles

Back to top button
WP Twitter Auto Publish Powered By : XYZScripts.com