ଓଡ଼ିଶାରାଜନୀତି

ବିଭିନ୍ନ ବୋର୍ଡ, ନିଗମର ଅଧ୍ୟକ୍ଷ ଏବଂ ବିଭିନ୍ନ ବିଭାଗର ପରାମର୍ଶଦାତାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୦ /୧୦/୨୦୨୨-   ବିଭିନ୍ନ ବୋର୍ଡ, ନିଗମର ଅଧ୍ୟକ୍ଷ ଏବଂ ବିଭିନ୍ନ ବିଭାଗର ପରାମର୍ଶଦାତାଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।  ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସାଧୁ ନେପାକଙ୍କୁ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ମିଳିଛି ।ଏମାନଙ୍କୁ କ୍ୟାବିନେଟ ପାହ୍ୟା ମିଳିବ । ସେହିପରି କଳିକେଶ ସିଂଦେଓ – ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ, ଲେନିନ ମହାନ୍ତି – ଓଟିଡିସି ଅଧ୍ୟକ୍ଷ, ପ୍ରଭାତ ଆଦିତ୍ୟ ମିଶ୍ର – ଅପିକଲ୍‌ ଅଧ୍ୟକ୍ଷ, ଡି. ବିଶ୍ୱନାଥ – ଓଆରଏଚ୍‌ଡିସି ଅଧ୍ୟକ୍ଷ ହୋଇଛନ୍ତି । ପ୍ରଦୀପ ମାଝିଙ୍କୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । କୁନା ତ୍ରିପାଠୀ ପୂର୍ବପରି ଓଏଫଡିସି ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ।

ଅନ୍ୟପକ୍ଷରେ ଦେବାଶିଷ ମହାନ୍ତି – ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ, ଚିନ୍ମୟ ସାହୁ – ଓଏସଆଇସି ଅଧ୍ୟକ୍ଷ, ଅମରେଶ ପତ୍ରୀ – ଉଠା ଜଳସେଚନ ନିଗମ ଅଧ୍ୟକ୍ଷ, ବିଜୟ ନାୟକ – ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ, ସୁବାସ ମହାରଣା – ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ, ସଂଗ୍ରାମ ପାଇକରାୟ – ଖଦି ଓ କୁଟୀର ଶିଳ୍ପ ବୋର୍ଡ ଅଧ୍ୟକ୍ଷ, ସନ୍ତୋଷ ବେଜ – ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି ନିଗମ ଅଧ୍ୟକ୍ଷ, ସୁରେନ୍ଦ୍ର ପ୍ରଧାନ – ରାଜ୍ୟ କୃଷି ବିପଣନ ପରିଷଦ ଉପଦେଷ୍ଟା, କୁନା ବିହାରୀ ଦାସ – ରାଜ୍ୟ ଯୁବ ମଙ୍ଗଳ ପରିଷଦ ଅଧ୍ୟକ୍ଷ ଓ ଅନୁଭବ ପଟ୍ଟନାୟକଙ୍କୁ ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି ।

ମହିଳାମାନଙ୍କ ମଧ୍ୟରେ ମିନତି ବେହେରା – ମହିଳା କମିଶନ ଅଧ୍ୟକ୍ଷା, ଶ୍ରୀମୟୀ ମିଶ୍ର- ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା, ସୁମିତ୍ରା ଜେନା – ମହିଳା ଓ ଶିଶୁ ବିକାଶ ଭାବେ ଉପଦେଷ୍ଟା, ସୁମିତ୍ରା ଜେନା – ମହିଳା ଓ ଶିଶୁ ବିକାଶ ଉପଦେଷ୍ଟା, ସରୋଜିନୀ ହେମ୍ବ୍ରମଙ୍କୁ – ଏସଟିଏସସି ବିକାଶ ବିଭାଗର ପରାମର୍ଶଦାତା, କସ୍ତୁରୀ ମହାପାତ୍ରଙ୍କୁ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି ।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com