ଜାତୀୟରାଜନୀତି

ୟୁପିରେ ୩୭ ବର୍ଷର ରେକର୍ଡ ଭାଙ୍ଗିଲେ ଯୋଗୀ, ଦ୍ୱିତୀୟ ଥରପାଇଁ ମୁଖ୍ୟମନ୍ତ୍ରୀ ଭାବେ ଧରିବେ ମଙ୍ଗ: ଉତ୍ତରାଖଣ୍ଡ, ମଣିପୁର, ଗୋଆରେ ମୋଦି ମ୍ୟାଜିକ୍

ନୂଆଦିଲ୍ଲୀ() ହୋଲିର ରଙ୍ଗ ପର୍ବ ପୂର୍ବରୁ ଆରମ୍ଭ ହୋଇଯାଇଛି ନିର୍ବାଚନ ବିଜୟର ହୋଲି । ସଦ୍ୟ ସମାପ୍ତ ୫ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଉତ୍ତରପ୍ରଦେଶ ସମେତ ୪ ରାଜ୍ୟକୁ ବିଜେପି ନିଜ ଦଖଲକୁ ନେଇଥିବାବେଳେ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ଐତିହାସିକ ବିଜୟ ହାସଲ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ମୋଟ ଆସନ ୪୦୩ ମଧ୍ୟରୁ ବିଜେପି ଏକାକୀ ୨୭୩ ଆସନରେ ବିଜୟଲାଭ କରିଥିବାବେଳେ ସମାଜବାଦୀ ପାର୍ଟି ୧୨୫ ଆସନରେ ବିଜୟୀ ହୋଇଛି । ସେହିପରି ବହୁଜନ ସମାଜ ପାର୍ଟି ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଥିବାବେଳେ କଂଗ୍ରେସକୁ ମିଳିଛି ଦୁଇଟି ଆସନ । ଅନ୍ୟମାନଙ୍କୁ ମଧ୍ୟ ଦୁଇଟି ଆସନ ମିଳିଥିବା ସୂଚନା ମିଳିଛି ।

ସେହିପରି ପଞ୍ଜାବରେ ନୂଆକରି ନିର୍ବାଚନ ଲଢୁଥିବା ଆମ୍‌ ଆଦ୍‌ମୀ ପାର୍ଟିକୁ ଐତିହାସିକ ସଫଳତା ମିଳିଛି । ସେଠାରେ ମୋଟ ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ୍‌ ଏକାକୀ ୯୨ଟି ଆସନରେ ବିଜୟଲାଭ କରିଥିବାବେଳେ କଂଗ୍ରେସକୁ ୧୮, ବିଜେପିକୁ ୨, ଶିରୋମଣି ଅକାଳୀଦଳକୁ ୪ ଓ ଅନ୍ୟମାନଙ୍କୁ ଗୋଟିଏ ଆସନ ମିଳିଛି ।

ଅନ୍ୟପକ୍ଷରେ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ଐତିହାସିକ ବିଜୟ ଲାଭ କରିଛି । ଏଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ, ଅକାଳୀଦଳର ପ୍ରକାଶ ସିଂ ବାଦଲ ଓ ତାଙ୍କ ପୁଅ ସୁଖବୀର ସିଂ ବାଦଲ ନିର୍ବାଚନରେ ପରାଜୟ ବରଣ କରିଛନ୍ତି । ଅମିରିନ୍ଦର ପତିଆଲା ଆସନରେ ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବାବେଳେ ଚରଣଜିତ୍‌ ଦୁଇଟି ଆସନରୁ ପରାଜୟ ବରଣ କରିଛନ୍ତି । ସେହିରି ସିଦ୍ଧୁ ଅମୃତସର ଆସନରମଧ୍ୟ ପରାଜୟ ବରଣ କରିଛନ୍ତି । ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଭାମି ନିର୍ବାଚନ ହାରି ଯାଇଥିଲେ ମଧ୍ୟ ସେଠାରେ ବିଜେପି ସରକାର ଗଠନ କରିବାର ସ୍ପଷ୍ଟ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିର୍ବାଚନ ହାରି ଯାଇଛନ୍ତି । ସେ ଲାଲକାନ ଆସନରୁ ପରାଜିତ ହୋଇଛନ୍ତି । ଏଥି ପୂର୍ବରୁ ସେ ଉତ୍ତାରଖଣ୍ଡର ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ସେହିରି ପଞ୍ଜାବରେ ଆପ୍‌ ପ୍ରାର୍ଥୀ ଶିରୋମଣି ଅକାଳୀ ଦଳର ପ୍ରକାଶ ସିଂ ବାଦଲଙ୍କୁ ହରାଇ ଦେଇଛନ୍ତି । ଶ୍ରୀ ବାଦଲ ୧୧ହଜାର ୩୯୬ଭୋଟରେ ପରାଜିତ ହୋଇଛନ୍ତି । ତାଙ୍କ ପୁଅ ସୁଖବୀର ସିଂ ମଧ୍ୟ ନିର୍ବାଚନ ହାରି ଯାଇଛନ୍ତି । ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ସ୍ୱାମୀପ୍ରସାଦ ମୌର୍ଯ୍ୟ ମଧ୍ୟ ନିର୍ବାଚନରେ ପରାଜୟ ବରଣ କରିଛନ୍ତି । ନିର୍ବାଚନରେ ବିଜେପିର ଅଭୂତପୂର୍ବ ସଫଳତା ପରେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com