ଜାତୀୟ

ପ୍ରଥମେ ବିରୋଧ କରିଥିଲା କୁଏତ, ଏବେ ନୂପୁରଙ୍କ ବିରୋଧରେ ପ୍ରଦର୍ଶନ କରିଥିବା ଲୋକଙ୍କୁ ନିଜ ଦେଶରୁ ବାହାର କରିବ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ବିରୋଧରେ ପ୍ରଦର୍ଶନ କରିଥିବା ବିଦେଶୀ ନାଗରିକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଆପଣେଇଲେ କୁଏତ ସରକାର । ପ୍ରଦର୍ଶନକାରୀ ବିଦେଶୀ ନାଗରିକଙ୍କୁ ଗିରଫ କରି ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି କୁଏତ ସରକାର । ଏଥିସହ ସେମାନଙ୍କ ଭିସା ରଦ୍ଦ କରାଯାଇ କୁଏତରେ ପ୍ରବେଶ ନେଇ ସ୍ଥାୟୀ ଭାବେ କଟକଣା ଲଗାଯାଇପାରେ । ଉଲ୍ଲେଖନୀୟ କୁଏତରେ ବିଦେଶୀଙ୍କୁ ବିରୋଧ ପ୍ରଦର୍ଶନ କରିବାର ଅନୁମତି ନାହିଁ । ସବୁଠୁ ବଡ କଥା ନୂପୁର ଶର୍ମାଙ୍କ ବୟାନକୁ ନେଇ କୁଏତ ହିଁ ସର୍ବପ୍ରଥମେ ଭାରତ ସରକାରଙ୍କ ନିକଟରେ ଆପତ୍ତି ଉଠାଇଥିଲା ।

ଆରବ ଟାଇମ୍ସ ଅନଲାଇନ୍ ଅନୁଯାୟୀ, ସମସ୍ତ ବିଦେଶୀ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇ ନିର୍ବାସନ କେନ୍ଦ୍ର ଅଣାଯାଇ ସେଠାରୁ ନିଜ ନିଜ ଦେଶକୁ ପଠାଇବକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ବିଜ୍ଞପ୍ତି ଜାରି କରି କହିଛନ୍ତି, କୁଏତରେ ରହୁଥିବା ସମସ୍ତ ପ୍ରବାସୀଙ୍କୁ ଏଠାକାର ଆଇନକୁ ସମ୍ମାନ କରିବା ଉଚିତ୍ । ସେମାନଙ୍କୁ କୌଣସି ପ୍ରକାରର ବିରୋଧ ପ୍ରଦର୍ଶନରେ ସାମିଲ୍ ହେବା ଉଚିତ୍ ନୁହେଁ । ଗତ ଶୁକ୍ରବାର ଅର୍ଥାତ ମେ ୧୦ରେ କୁଏତର ଫହିଲ ସହରରେ ପ୍ରବାସୀଙ୍କ ଦ୍ୱାରା ନମାଜ ପରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

କୁହାଯାଉଛି ଯେ, ପ୍ରଦର୍ଶନକାରୀଙ୍କ ମଧ୍ୟରେ ଭାରତୀୟ, ପାକିସ୍ତାନ ଏବଂ ବାଂଲାଦେଶର ନାଗରିକ ସାମିଲ୍ ଥିଲେ । କୁଏତ ସରକାର ପ୍ରବାସୀଙ୍କ ପାଇଁ ଚେତାବନୀ ଜାରି କରି କହିଛନ୍ତି ଯେ, ସମସ୍ତ ପ୍ରବାସୀଙ୍କୁ କୁଏତର ଆଇନ କାନୁନର ସମ୍ମାନ କରିବା ଉଚିତ୍ । ଯଦି କେହି ଆଇନର ଉଲ୍ଲଂଘନ କରନ୍ତି କିମ୍ବା କୌଣସି ପ୍ରକାରର ଧାରଣା ପ୍ରଦର୍ଶନରେ ସାମିଲ୍ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com