Breaking NewsFeaturedଜାତୀୟଜୀବନଶୈଳୀ

ଅଭିନେତ୍ରୀ କାଜୋଲ୍ କାହିଁକି ଛାଡ଼ିଲେ ସୋସିଆଲ୍ ମିଡିଆ, ଜାଣନ୍ତୁ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଅଚାନକ ସୋସିଆଲ ମିଡିଆରୁ ବ୍ରେକ ଘୋଷଣା କଲେ ବଲିଉଡ ଅଭିନେତ୍ରୀ କାଜୋଲ । ଏହାପରେ ସେ ଇନ୍ଷ୍ଟାଗ୍ରାମରେ କରିଥିବା ସମସ୍ତ ପୋଷ୍ଟ ଡିଲିଟ କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ୯୦ ଦଶକରେ ଇଭିନେତ୍ରୀ କାଜୋଲ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଅଭିନୟ ହେଉ କିମ୍ବା ଫ୍ୟାଶନ ସେ ନିଜ ପ୍ରଶଂସକଙ୍କୁ ପ୍ରଭାବିତ କରିଆସିଛନ୍ତି । ହେଲେ ବର୍ତ୍ତମାନ କାଜୋଲ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ବାଜିଗର ଅଭିନେତ୍ରୀ ହଠାତ ସୋସିଆଲ ମିଡିଆକୁ ବିଦାୟ ଦେଇ ତାଙ୍କ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଦେଇଛନ୍ତି ।

ପ୍ରଶଂସକଙ୍କ ପାଇଁ ସେ ନିଜ ସୋସିଆଲ ମିଡିଆରେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଛନ୍ତି କାଜୋଲ୍‌ । ଯେଉଁଥିରେ ସେ ଲେଖିଛନ୍ତି ମୋ ଜୀବନର ସବୁଠାରୁ କଠିନ ସମୟକୁ ସାମ୍ନା କରୁଛି । ଏହା ସହ କ୍ୟାପସନରେ ସୋସିଆଲ ମିଡିଆରୁ ବିରତି ନେବାକୁ ସୂଚନା ଦେଇଛନ୍ତି । ତେବେ ଇନଷ୍ଟା ଗ୍ରାମରେ ଏହି ପୋଷ୍ଟ ସେୟାର କରିବା ସହିତ କାଜୋଲ ତାଙ୍କର ସମସ୍ତ ପୁରୁଣା ଫଟୋ ଡିଲିଟ କରି ଦେଇଛନ୍ତି । ହେଲେ ସେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ କିଛି ଲେଖି ନାହାନ୍ତି । କାଜୋଲଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହା ସହ ପ୍ରଶଂସକମାନେ କମେଂଟ ମାଧ୍ୟମରେ ଅନେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଆରେ କାଜୋଲ ଆଶାକରେ ଆପଣ ସମ୍ପୂର୍ଣ୍ଣ ଠିକ ଥିବେ । ସେହିପରି ନିଜର ଯତ୍ନ ନିଅନ୍ତୁ, ତୁମକୁ ବହୁତ ସାରା ଭଲପାଇବା ଏବଂ ତୁମକୁ ଶକ୍ତି ମିଳୁ । ଅନ୍ୟଜଣେ ଲେଖିଛନ୍ତି ପରବର୍ତ୍ତୀ ଓଟିଟି ସିରିଜ ଦ ଗୁଡ ୱାଇଫ ପାଇଁ ଏହା ଏକ ପ୍ରମୋସନ ।

ଏଠି ଆପଣଙ୍କୁ କହି ରଖୁଛୁ ଯେ କାଜୋଲ ତାଙ୍କ ଫ୍ୟାଶନ ଓ ଝିଅ ନାସା ଦେବଗନଙ୍କ ପାଇଁ ବହୁତ ଟ୍ରୋଲ ହୋଇଥିଲେ ।
ତେବେ ନିକଟରେ କାଜୋଲଙ୍କୁ ଓଟିଟିରେ ଦି ଗୁଡ ୱାଇଫରେ ଦେଖିବାକୁ ମିଳିବ । ଖୁବଶୀଘ୍ର ଡିଜିନ ପ୍ଲସ ହଟଷ୍ଟାରରେ ରିଲିଜ ହେବ ୱେବ ସିରିଜ ଦ ଗୁଡ ୱାଇଫ । ଯେଉଁଥିରେ ସେ ଜଣେ ଆଡଭୋକେଟ ଭୂମିକାରେ ନଜର ଆସିଛନ୍ତି । ତେବେ ତାଙ୍କର ଏହି ପୋଷ୍ଟ ଦେଖି ପ୍ରଶଂସକ ମାନେ ଅନୁୁମାନ କରୁଛନ୍ତି ଯେ ଏହା ତାଙ୍କ ସିରିଜ ସହିତ ଜଡିତ ।

 

Related Articles

Back to top button
WP Twitter Auto Publish Powered By : XYZScripts.com