Breaking NewsFeaturedଓଡ଼ିଶାଜାତୀୟବାଣିଜ୍ୟ

ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌, ଓଡ଼ିଶାକୁ ଆସିବ ଅଧିକ ପୁଞ୍ଜି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଶୁକ୍ରବାରଠୁ ରାୟପୁରରେ ଆରମ୍ଭ ହୋଇଛି ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌। ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟ ନେଇ  ସରକାର ଏଭଳି ଉଦ୍ୟୋଗୀମାନଙ୍କ ସମ୍ମିଳନୀ କରିଆସୁଛନ୍ତି। ଦୁବାଇ, ଜାପାନ, ଇଟାଲି, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁ ପରେ  ରାୟପୁରରେ ଶୁକ୍ରବାରରୁ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ଟିମ୍ ନବୀନଙ୍କ ସଦସ୍ୟମାନେ ରାୟପୁରରେ ପହଞ୍ଚି ଓଡ଼ିଶା କାହିଁକି ପୁଞ୍ଜିନିବେଶ କରାଯିବ ଓ ଏହା ଦ୍ଵାରା ଲାଭ କଣ ହେବ ସେ ସମ୍ପର୍କରେ ସବିଶେଷ ବୁଝାଇବେ। ବିଶେଷକରି ନିବେଶକଙ୍କୁ ସିଙ୍ଗଲ ୱିଣ୍ଡୋ ଜରିଆରେ କରାଯିବ ଏବଂ ବିଶେଷ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ନେତୃତ୍ୱରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ରାୟପୁର ଗସ୍ତ କରିଛନ୍ତି । ପୁଞ୍ଜିପତିଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ସେମାନଙ୍କୁ ଓଡ଼ିଶାରେ ନିବଶେ କରିବା ପାଇଁ ଆକୃଷ୍ଟ କରବେ । ମନ୍ତ୍ରୀ ଶ୍ରୀ ଦେବ୍ କହିଛନ୍ତି ଯେ ରାୟପୁରରେ ଦୁଇଦିନ ଧରି ହେଉଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଅଧିକ ପୁଞ୍ଜିନିବେଶ ପାଇଁ ଓଡ଼ିଶା ସରକାର ବଡ଼ ଲକ୍ଷ୍ୟ ରଖିଛନ୍ତି । ନିବେଶ ପାଇଁ ଓଡ଼ିଶାରେ ସବୁକ୍ଷେତ୍ରରେ ରହିଛି ସୁଯୋଗ ।

ସେପଟେ ଓଡ଼ିଶାକୁ ବଡ଼ ପୁଞ୍ଜି ଆସିବା ନେଇ ଆଗୁଆ ପ୍ରତିଶୃତି ମଧ୍ୟ ମିଳିଛି । ତେଣୁ ରାଜ୍ୟକୁ ଆସିବ ଅଧିକ ପୁଞ୍ଜି ଏବଂ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସିଙ୍ଗ୍‌ଲ ୱିଣ୍ଡୋ ଜରିଆରେ ଅନୁମତି ସହଜରେ ମିଳିବ । ତେବେ ଜମି ଅଧିଗ୍ରହଣ ନିୟମ ନେଇ କେନ୍ଦ୍ରକୁ କେତେକ ଅନୁମତି ମଧ୍ୟ ମଗାଯାଇଛି । ତେଣୁ ଏହି ଇନଭେଷ୍ଟର୍ସ ମିଟ୍ ସଫଳ ହେବ ବୋଲି ଶ୍ରୀ ଦେବ ପ୍ରକାଶ କରିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com