ଅନ୍ତର୍ଜାତୀୟଜାତୀୟ

ବ୍ୟାକଫୁଟ୍‌ରେ ୟୁକ୍ରେନ : ମିସାଇଲ ଓ ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସ କଲା ଋଷ

ନୂଆଦିଲ୍ଲୀ() ଭୟଙ୍କର ଯୁଦ୍ଧ ଆଡେ ମୁହାଁଉଛି ବିଶ୍ୱ । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ଏପରିକି ଭ୍ଲାଦିମିର ପୁଟିନଙ୍କ ସେନା ୟୁକ୍ରେନର ମିସାଇଲ୍ ଡିଫେନ୍ସ ସିଷ୍ଟମକୁ କବଜା କରି ଧ୍ୱଂସ କରିଥିବା ଦାବି କରୁଛି ।

ଗୁରୁବାର ସକାଳେ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିଥିଲା ଋଷ । ମିସାଇଲ୍ ଆକ୍ରମଣ କରିଥିଲା କ୍ରେମଲିନ୍ । ଯେଉଁଥିରେ ୩୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ ଋଷ ଦାବି କରିଛି ଯେ, ନୌସେନାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରାଯାଇଛି । ସମସ୍ତ ମିସାଇଲ୍ ସିଷ୍ଟମକୁ ଋଷ କବଜା କରିନେଇଛି । ଏପରିକି ବାୟୁସେନାକୁ ମଧ୍ୟ ଋଷ ଧ୍ୱଂସ କରିଦେଇଛି ।

ସୂଚନାଯୋଗ୍ୟ,  ଦୀର୍ଘ ଦିନ ହେବ ରୁଷ ପକ୍ଷରୁ ସୀମାରେ ଯୁଦ୍ଧାଭ୍ୟାସ କରାଯାଉଥିଲା। ଏଥିସହ ୟୁକ୍ରେନକୁ ରୁଷ  ପଟୁ ଘେରାବନ୍ଦୀ କରିଥିଲା। ଏସବୁ ଭିତରେ ପୁଟିନ ମିଲାଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କ୍ରିମିୟା ଓ ବେଲାଋଷ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com