ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ, ୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ହୋଇପାରନ୍ତି ବଧିର

ଆଗାମୀ ୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ହୋଇପାରନ୍ତି ବଧିର । ଏଭଳି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି । ଏହି ଗବେଷଣାରେ ୧୮ ରୁ ୭୫ ବର୍ଷ ବୟସ ମଧ୍ୟରେ ୧,୮୬,୪୬୦ ଲୋକ ସାମିଲ କରାଯାଇଥିଲା । ଗବେଷଣା ଅନୁଯାୟୀ- ଆଧୁନିକ ଜୀବନଶୈଳୀ, ସାମାଜିକ ବିଚ୍ଛିନ୍ନତା, ଡାଏବେଟିସ୍, ଅବସାଦ, କୋଳାହଳ ଶବ୍ଦ ଏବଂ ଉଚ୍ଚସଂଗୀତର ସଂସ୍ପର୍ଶରେ ଆସିବା ହେତୁ ଲୋକଙ୍କର ଶ୍ରବଣ ସମସ୍ୟା ହେଉଥିବା ସ୍ପଷ୍ଟ ହୋଇଛି । ଆଜିକାଲି ଅଟୋରେ, ବସରେ ଅଧିକାଂଶ ବ୍ୟକ୍ତି ତାଙ୍କ କାନରେ ଇୟରଫୋନ୍ କିମ୍ବା ହେଡଫୋନ୍ ଲଗାଇ ସମୟ ଅତିବାହିତ କରୁଛନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ପ୍ରମାଣିତ ହେଉଛି । ଫ୍ରାନ୍ସର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଆଣ୍ଡ ମେଡିକାଲ ଇନଷ୍ଟିଚ୍ୟୁଟର ଅନୁସନ୍ଧାନରୁ ଜଣାପଡିଛି ଯେ, ଫ୍ରାନ୍ସର ଚାରିଜଣଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ସେଠାକାର ଜନସଂଖ୍ୟାର ୨୫% ଲୋକଙ୍କର ଏପରି ସମସ୍ୟା ଦେଖାଦେଉଛି । ଗବେଷଣାରୁ ଜଣାପଡିଛି ଯେ, ୮୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ଶବ୍ଦକୁ ଦୀର୍ଘ ସମୟ ଧରି ଶୁଣିବେ ତେବେ କାନରେ ଯନ୍ତ୍ରଣା ହେବା ସହ ଧିରେ ଧରେ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ରହିଛି । ୮୫ ଡେସିବଲରୁ ଅଧିକ ଶବ୍ଦକୁ ୨ଘଣ୍ଟାରୁ ଅଧିକ ସମୟ ଶୁଣିଲେ ଶୁଣିବା ଶକ୍ତି ହରରାଇବାର ଭୟ ଥାଏ ।
ଯଦି କୌଣସି କାରଣରୁ ହେଡଫୋନ୍ ବା ବ୍ଲୁଟୁଥ୍ ଲଗାଇବାର ଆବଶ୍ୟକତା ଥାଏ ତେବେ ଏହାର ଶବ୍ଦକୁ ଉଚିତ ସ୍ତରରେ ରଖନ୍ତୁ । ଏହା ପାଇଁ ନିୟମ ହେଉଛି ୬୦:୬୦ । ଅର୍ଥାତ୍, ହେଡଫୋନର ଶବ୍ଦ ୬୦ ଡେସିବଲ ବା ତା’ଠାରୁ କମ୍ ହେଲେ ଭଲ । ଏହି ଶବ୍ଦକୁ ୬୦ ମିନିଟ୍ ପର୍ଯ୍ୟନ୍ତ ଶୁଣିପାରିବେ । ଏହାପରେ କିଛି ସମୟ ବିରତି ନେଇ ପୁଣି ବ୍ୟବହାର କରିପାରିବେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com