ଜାତୀୟରାଜନୀତି

ରାଷ୍ଟ୍ରପତି ପଦବୀ ପାଇଁ ଦ୍ରୌପଦୀ ଦାଖଲ କଲେ ନାମାଙ୍କନ ପତ୍ର, ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ରାଜନେତା ଉପସ୍ଥିତ

ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଶୁକ୍ରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦ୍ରୌପଦୀ ମୁର୍ମୁ । ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ , ସହଯୋଗୀ ଦଳର ବରିଷ୍ଠ ରାଜନେତାମାନେ ଉପସ୍ଥିତ ଥିଲେ । ଭୋଟ ଭାଲ୍ୟୁକୁ ବିଚାରକୁ ନେଲେ ଦ୍ରୌପଦୀ ଦେଶର ପରବର୍ତ୍ତ ରାଷ୍ଟ୍ରପତି ହେବା ଏକ ପ୍ରକାର ସୁନିଶ୍ଚିତ । ଏନଡ଼ିଏକୁ ବାଦ୍ ଦେଲେ ଦ୍ରୌପଦୀଙ୍କୁ ବିଜେଡ଼ି, ଜେଡ଼ିୟୁ ପ୍ରମୁଖ ରାଚନୈତିକ ଦଳର ସମର୍ଥନ ପାଇ ସାରିଛନ୍ତି । ସେପଟେ ବିରୋଧୀ ମେଣ୍ଟର ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିନ୍‌ହାଙ୍କ ପାଖରେ ଜିତିବା ନେଇ ଆବଶ୍ୟକ ପରିମାଣର ଭୋଟ ଭାଲ୍ୟୁ ନାହିଁ । ବର୍ତ୍ତମାନ ସୁଦ୍ଧା ଆପ୍ , ଅକାଳୀ ଦଳ ଆଦି କାହାକୁ ସମର୍ଥନ ଦେବେ ଘୋଷଣା କରି ନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com