ଜାତୀୟରାଜନୀତି

କଂଗ୍ରେସ ଛାଡ଼ିଲେ ହାର୍ଦିକ, ସୋନିଆଙ୍କୁ ପଠାଇଲେ ଇସ୍ତଫା ପତ୍ର

ଗାନ୍ଧିନଗର : କଂଗ୍ରେସ ଛାଡିଲେ ଗୁଜୁରାଟର ନେତା ହାର୍ଦ୍ଦିକ ପଟେଲ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ବୁଧବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜେ ତାଙ୍କ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ।ମୋର ବିଶ୍ୱାସ ଅଛି କି ମୋର ଏହି ନିଷ୍ପତ୍ତିକୁ ମୋର ସହକର୍ମୀ ଏବଂ ଗୁଜୁରାଟର ପ୍ରତିଟି ସଦସ୍ୟ ସ୍ବାଗତ କରିବେ। ଏହି ପଦକ୍ଷେପ ସହିତ ମୁଁ ଗୁଜୁରାଟ ପାଇଁ ସକାରାତ୍ମକ କାର‌୍ୟ୍ୟ କରିବାକୁ ସମର୍ଥ ହେବି’ । ଗତ କିଛି ଦିନ ହେବ ହାର୍ଦ୍ଦିକ କଂଗ୍ରେସ ନେତାଙ୍କୁ ନେଇ ଅସନ୍ତୋଷ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com