ଜାତୀୟ

ପୁଣି ଥରେ ଚମତ୍କାର ପ୍ରଦର୍ଶନ କରି ଦେଶର ନାଁ ଉଜ୍ଜ୍ଵଳ କରିଛନ୍ତି ରମେଶବାବୁ ପ୍ରଜ୍ଞାନନ୍ଦ

ଭାରତୀୟ ଚେସ୍ ତାରକା ରମେଶବାବୁ ପ୍ରଜ୍ଞାନନ୍ଦ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରି ଦେଶର ନାଁ ଉଜ୍ଜ୍ଵଳ କରିଛନ୍ତି। ମଙ୍ଗଳବାର ଟାଟା ଷ୍ଟିଲ ଚେସ୍‌ ପ୍ରତିଯୋଗିତାରେ ବିଶ୍ବ ଚମ୍ପିଆନ୍‌ ଡିଙ୍ଗ୍‌ ଲିରେନଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି ପ୍ରଜ୍ଞାନନ୍ଦ। ଏହି ବିଜୟ ସହିତ ସେ ପ୍ରଖ୍ୟାତ ଚେସ୍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇ ୧ ନମ୍ବର ଭାରତୀୟ ଗ୍ରାଣ୍ଡମାଷ୍ଟର ପାଲଟିଛନ୍ତି।

ଡିଙ୍ଗ୍‌ଙ୍କୁ ପ୍ରଜ୍ଞାନନ୍ଦ ୪ର୍ଥ ରାଉଣ୍ଡରେ ହରାଇଛନ୍ତି।ମଙ୍ଗଳବାର ରାତିରେ ରେକର୍ଡ ହୋଇଥିବା ଏହି ବିଜୟ ପରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦଙ୍କ ରେଟିଂ ପଏଣ୍ଟ ୨୭୪୮.୩ ହୋଇଯାଇଛି, ଯାହାକି ଫିଡେ ଲାଇଭ ରେଟିଂରେ ପାଞ୍ଚ ଥରର ବିଶ୍ୱ ଚମ୍ପିଆନ୍‌ ବିଶ୍ୱନାଥନ ଆନନ୍ଦଙ୍କ ୨୭୪୮ ପଏଣ୍ଟରୁ ଅଧିକ। ବିଶ୍ୱ ଚେସ୍‌ର ସର୍ବୋଚ୍ଚ ସଂସ୍ଥା ପ୍ରତ୍ୟେକ ମାସ ଆରମ୍ଭରେ ରେଟିଂ ପ୍ରକାଶ କରେ।

Related Articles

Back to top button
WP Twitter Auto Publish Powered By : XYZScripts.com