Featuredଓଡ଼ିଶାଜାତୀୟରାଜନୀତି

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଆଜି ହେବ କାରକେଡ୍ ରିହାରସେଲ୍

ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ଟୁଇନସିଟି । ବସଷ୍ଟାଣ୍ଡ, ଷ୍ଟେସନ, ଏୟାରପୋର୍ଟ ଆଦି ସ୍ଥାନ ଉପରେ ରହିଛି କଡା ନଜର ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଆଜି ହେବ କାର୍କେଡ଼ ରିହରସଲ ।

ବ୍ଲୁ ବୁକ ଗାଇଡ଼ଲାଇନ ଅନୁସାରେ ୩୦ଟି କାର କାର୍କେଡ଼ରେ ସାମିଲ ହେବ । ପ୍ରଥମେ ଓ୍ବାର୍ଣ୍ଣିଂ କାର ଯିବ । ଏହା ପଛେପଛେ ପାଇଲଟ କାର ଯିବ । ପ୍ରଥମେ ଏହି ଭଳି ୫ ଟି ଗାଡି ଯିବା ପରେ ଷଷ୍ଠ ଗାଡିଟି ରାସ୍ତାକୁ କ୍ଲିଅର କରିବ । ଯାହାକୁ କ୍ଲିଅରିଂ କାର କୁହାଯାଏ । ତା ପଛକୁ ଜାମର ଗାଡି ବା ଟେକନୋ କାର ଯିବ । ଏହି ଗାଡି ଯିବା ମାତ୍ରେ ୩ ଶହ ମିଟର ପରିଧି ଭିତରେ ସମସ୍ତ ଟାୱାର ଅକାମୀ ହୋଇଯିବ । ପଛକୁ ପଛ ଭିଭିଆଇପିଙ୍କ କାର ରହିବ । ଏହା ପଛକୁ ଏସ୍କର୍ଟ ୧ରେ ରାଷ୍ଟ୍ରପତିଙ୍କ ନିଜସ୍ୱ ସୁରକ୍ଷା କର୍ମୀ ରହିବେ । ଏସ୍କର୍ଟ ୨ରେ ଓଡିଶା ପୋଲିସର ଏକ୍ସପର୍ଟ ଅଫିସର ରହିବେ । ତା ପଛରେ ରାଷ୍ଟ୍ରପତିଙ୍କ ଅଫିସିଆଲ ରହିବେ । ଶେଷରେ ଫାୟାର ଓ ଆମ୍ବୁଲାନ୍ସ ରହିବ । ମୋଟ ୪୦ ପ୍ଲାଟୁନ ପୋଲିସ ସୁରକ୍ଷା ଦାୟିତ୍ୱରେ ରହିବେ । ୨ ଶହ ପୋଲିସ ଅଫିସରଙ୍କ ନଜରରେ ରହିବ ପୁରା ସହର ।

କାଲି ସକାଳେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ପରେ ପୂର୍ବାହ୍ନରେ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ଅପରାହ୍ନ ୪ଟା ୧୫ରେ ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିବେ ।

୧୧ ତାରିଖରେ ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୀମିତ ସମୟ ପାଇଁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ । ପରେ କଟକ ଗସ୍ତ କରି ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ବିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି ।

Related Articles

Back to top button
WP Twitter Auto Publish Powered By : XYZScripts.com