ଜାତୀୟମନୋରଞ୍ଜନ

ଆଲିଆ ଓ ଶାହାରୁଖଙ୍କ ଫିଲ୍ମ ‘ଡାର୍ଲିଂସ’ ଓଟିଟିରେ ହେବ ରିଲିଜ୍‌, ନେଟ୍‌ଫ୍ଲିକ୍ସ ସହ ୮୦ କୋଟିରେ ହେଲା ଡିଲ୍‌

ନୂଆଦିଲ୍ଲୀ ୦୮।୦୨ : ମହାମାରୀ କରୋନା ଯୋଗୁଁ ସମସ୍ତ ଫିଲ୍ମ ହଲ୍‌ରେ ବନ୍ଦ ହୋଇ ରହିଛି । ଏଥିପାଇଁ ଅନେକ ଫିଲ୍ମ ମଧ୍ୟ ସ୍ଥଗିତ ହୋଇ ରହିଛି । ଏହାକୁ ନେଇ କଳାକାର ମାନେ ଏବେ ଓଟିଟି ପ୍ଲାଟଫର୍ମରେ ପାଦ ଦେଇଛନ୍ତି । ବଡ଼ ବଡ଼ ଫିଲ୍ମକୁ ଓଟିଟିରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଖାସ୍‌ କରି ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମ ତଥା ସେମାନଙ୍କ ନାଁ ଯୋଡ଼ି ହୋଇଥିବା ଫିଲ୍ମ ନେଇ କିଣିବାକୁ ଓଟିଟି ପ୍ଳାଟଫର୍ମ ଆଗ୍ରହ ପ୍ରକାଶ କରୁଛି। ଏମିତି କିଛି ଶାହାରୁଖ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ଡାର୍ଲିଂସ (Darlings)କୁ ନେଇ ମଧ୍ୟ ହୋଇଛି। ଏହି ଫିଲ୍ମକୁ ଶାହାରୁଖ ଓ ଆଲିଆଙ୍କ ପ୍ରଡକ୍ସନ୍‌ ତିଆରି କରୁଛି। ଏହି ଫିଲ୍ମକୁ ଏବେ ହଲ୍‌ରେ ରିଲିଜ୍‌ ନ କରି ଓଟିଟିରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣୁ ଏବେ ନେଟ୍‌ଫ୍ଲିକ୍ସରେ ଏହାକୁ ଲଞ୍ଚ୍‌ କରାଯିବ।

ମିଡିଆ ରିପୋର୍ଟ ଅନୁଯାୟୀ, ଡାର୍କ କମେଡି ଫିଲ୍ମ ଡାର୍ଲିଂସ୍‌କୁ ଓଟିଟିରେ ରିଲିଜ୍‌ କରାଯିବ। ଏହି ଫିଲ୍ମର ଷ୍ଟ୍ରିମିଂ ରାଇଟ୍ସକୁ ନେଟ୍‌ଫ୍ଲିକ୍ସରେ ୮୦ କୋଟିରେ କିଣା ଯାଇଛି। ଫିଲ୍ମରେ ଉଭୟ ଆଲିଆ ଭଟ୍ଟ ଓ ଶାହାରୁଖ ଖାନ୍‌ ପ୍ରଯୋଜନା କରିଛନ୍ତି। ଡାର୍ଲିଂସ୍‌ରେ ଆଲିଆ ଭଟ୍ଟ, ଶେଫାଲୀ ଶାହ, ବିଜୟ ବର୍ମା ଓ ରୋଶନ ମେଥ୍ୟୁ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଜୟମୀତ କେ ରିନ୍‌। ମା’-ଝିଅଙ୍କ ସମ୍ପର୍କକୁ ନେଇ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଆଲିଆ ଭଟ୍ଟ ଝିଅ ହୋଇଥିବା ବେଳେ ଶେଫାଲୀ ଶାହ ମା’ ଭୂମିକାରେ ନଜର ଆସିଛନ୍ତି ।

ଆଲିଆ ଭଟ୍ଟଙ୍କ ଅପକମିଂ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ନିକଟରେ ଗଙ୍ଗୁବାଇ କାଠିୱାଡି ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଛି । ଏହା ପରେ ତାଙ୍କ ଫିଲ୍ମ ଆରଆରଆର ରିଲିଜ୍‌ ହେବ। ତା’ ପରେ ରକି ଓ ରାନୀ କି ପ୍ରେମ୍‌ କାହାନୀ ବି ରିଲିଜ୍‌ ଅପେକ୍ଷାରେ ରହିଛି। ତା’ପରେ ତାଙ୍କୁ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ବେଜୁ ବାବରାରେ ବି ଦେଖିବାକୁ ମିଳିବ। ଏଥିରେ ଲିଡ୍‌ରେ ନଜର ଆସିବେ ରଣବୀର ସିଂହ। ଏହା ବ୍ୟତୀତ ତାଙ୍କ ପାଖରେ ଅନେକ ଫିଲ୍ମର ଅଫର ମଧ୍ୟ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com