ଜାତୀୟରାଜନୀତି

କର୍ଣ୍ଣାଟକରେ ପୁଣି ରାଜନୈତିକ ହିସାଂ, ବିଜେପି ନେତାଙ୍କୁ ନିର୍ମମ ହତ୍ୟା

ଦେଶରେ ଧାର୍ମିକ ହିଂସା ସହିତ ତାଳଦେଇ ଲାଗି ରହିଛି ରାଜନୈତିକ ହିଂସା । ଏହି କ୍ରମରେ ମଙ୍ଗଳବାର ସନ୍ଧ୍ୟାରେ କର୍ଣ୍ଣାଟକର ବିଜେପି ଯୁବମୋର୍ଚ୍ଚାର ନେତାଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଛି । ବିଜେପି ଯୁବମୋର୍ଚ୍ଚାର ନେତା ପ୍ରବୀଣ ନେଟ୍ଟାରୁଙ୍କୁ କିଛି ଦୁୃବୁର୍ତ୍ତ ବାଇକରେ ଆସି କୁରାଢୀ ସହାୟତାରେ ହାଣି ହତ୍ୟା କରିଥିବା କଥା କୁହାଯାଉଛି । କୁକୁଡା ବ୍ୟବସାୟ କରୁଥିବା ପ୍ରବୀଣ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କ ଉପରେ କିଛି ଦୃବୁର୍ତ୍ତ ଅଚାନକ ବାଇକରେ ଆସି ଆକ୍ରମଣ କରିଥିଲେ । ଆକ୍ରମଣ ପରେ ସେମାନେ ଫରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ପ୍ରବୀଣଙ୍କୁ ମେଡିକାଲ ନେଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରବୀଣଙ୍କ ହତ୍ୟା ନେଇ କିଛି କାରଣ ସ୍ପଷ୍ଟ ହୋଇନଥିବା ବେଳେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ଅକ୍ରମଣକାରୀମାନେ କେରଳ ନମ୍ବର ଥିବା ଗୋଟିଏ ବାଇକରେ ଆସିଥିଲେ । ଏହାସହ ସେମାନେ ଆକ୍ରମଣ କରିଥିବା ସ୍ଥାନଟି କେରଳ ସୀମା ନିକଟରେ ବୋଲି କୁହାଯାଉଛି । ଏହି ହତ୍ୟାକାଣ୍ଡ ପରେ କର୍ଣ୍ଣାଟକ ପୋଲିସ ଏକ ମାମଲା ରୁଜୁ କରିଛି । ଏହାସହ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଆକ୍ରମଣ ହୋଇଥିବା ସ୍ଥାନରେ ବହୁମାତ୍ରାର ପୋଲିସ ନିୟୋଜିତ କରାଯାଇଛି । ସେପଟେ ଏଭଳି ଘଟଣା ପରେ ସ୍ଥାନୀୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସାରା ରାତି ଧାରଣା ଦିଆଯାଇଛି । ଏଭଳି ଘଟଣାକୁ ନେଇ ଦୁଖ ପ୍ରକାଶ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ । ସେ ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆଶ୍ୱାସନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com