Featuredଜାତୀୟ

ଏଣିକି ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ଚିକେନ୍ ? ଖର୍ଚ୍ଚ ହେବ ୩୭୧ କୋଟି

ଭୁବନେଶ୍ୱର: ଚଳିତ ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜାନୁଆରୀ ରୁ ଏପ୍ରିଲ ମାସ ମଧ୍ୟରେ ମଧ୍ୟାହ୍ନ ଭୋଜନରେ ଚିକେନ୍ ଏବଂ ମୌସୁମୀ ଫଳ ଅନ୍ତର୍ଭୁକ୍ତ କରିବା ପାଇଁ ପଶ୍ଚିମବଙ୍ଗ ସରକାର ୩୭୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଚାଉଳ, ଆଳୁ, ସୋୟାବିନ୍ ଏବଂ ଅଣ୍ଡା ବ୍ୟତୀତ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ମଧ୍ୟାହ୍ନ ଭୋଜନରେ ଯୋଗାଇ ଦିଆଯିବା ସହିତ ଚାରି ସପ୍ତାହ ପାଇଁ ପ୍ରତି ସପ୍ତାହରେ ଚିକେନ୍ ଏବଂ ମୌସୁମୀ ଫଳ ଦିଆଯିବ। ହେଲେ ଏପ୍ରିଲ ପରେ ଏହି ବ୍ୟବସ୍ଥା ଜାରି ହେବାର ସମ୍ଭାବନା ନାହିଁ ବୋଲି ବିଦ୍ୟାଳୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ବୋଲି ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଜାନୁୟାରୀ ୩ ରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ପ୍ରତ୍ୟେକ ପିଲାଙ୍କୁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସପ୍ତାହକୁ ୨୦ ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ପ୍ରକ୍ରିୟା ୧୬ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରାୟତ୍ତ ତଥା ସହାୟକ ବିଦ୍ୟାଳୟରେ ୧.୧୬ କୋଟିରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଯୋଜନାରେ ହିତାଧିକାରୀ ଅଟନ୍ତି। ଏଥିପାଇଁ ଖର୍ଚ୍ଚର ୬୦ ପ୍ରତିଶତ ରାଜ୍ୟ ସରକାର ବହନ କରୁଥିବାବେଳେ ୪୦ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି।

ତେବେ ୩୭୧ କୋଟି ଟଙ୍କାର ଅତିରିକ୍ତ ଆବଣ୍ଟନ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ପକ୍ଷରୁ କରାଯାଇଛି। ଚାରିମାସ ପରେ ରାଜ୍ୟ ସରକାର ଆଉ ଏକ ରାଶି ଆବଣ୍ଟନ କରିବେ କି ବୋଲି ପଚରାଯିବାରୁ ସ୍କୁଲ ବିଭାଗର ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

 

Related Articles

Back to top button
WP Twitter Auto Publish Powered By : XYZScripts.com