ଜାତୀୟ

‘ଅଗ୍ନିବୀର’ ନିଯୁକ୍ତି ପାଇଁ ସେନା ଜାରି କଲା ବିଜ୍ଞପ୍ତି, ଜୁଲାଇରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ୍

ନୂଆଦିଲ୍ଲୀ:  ଦେଶର ଅନେକ ସ୍ଥାନରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି  । ସୋମବାର ଅନେକ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାମଧ୍ୟରେ ଭାରତୀୟ ସେନା ଜରୁରୀ ବିଜ୍ଞପ୍ତି ଜାରି କରିଛି । ନିଯୁକ୍ତି ପାଇଁ ଜାରି ଏହି ବିଜ୍ଞପ୍ତି ବା ନୋଟିଫିକେସନ ଅନୁସାରେ ଜୁଲାଇ ମାସରୁ ହିଁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯିବ ।

ନୋଟିଫିକେସନରେ ଆହୁରି କୁହାଯାଇଛି ଯେ,  ଅଷ୍ଟମ ଓ ଦଶମ ପାସ୍ ଯୁବକ ଆବେଦନ କରିପାରିବେ । ତେବେ ଏହି ଯୋଜନାରେ ୪ ବର୍ଷ ପାଇଁ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ସେମାନଙ୍କୁ କୌଣସି ପ୍ରକାର ଗ୍ରାଚ୍ୟୁଟି କିମ୍ବା ପେନସନ୍ ମିଳିବ ନାହିଁ ।

ଭାରତୀୟ ସେନାରେ ଯିବେ ୨୫ ପ୍ରତିଶତ

ସର୍ଭିସରେ ୪ ବର୍ଷ ପୂରଣ ହେଲା ପରେ ପ୍ରତି ବ୍ୟାଚର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯିବ । ଏହି ୨୫ ପ୍ରତିଶତ ଅଗ୍ନିବୀର ୨୫ ବର୍ଷ ଯାଏଁ ସେନାରେ ଚାକିରୀ କରିପାରିବେ ।

ଆହୁରି ମଧ୍ୟ କୁହାଯାଉଛି ଯେ, ଅଗ୍ନିବୀରଙ୍କୁ ବର୍ଷକୁ ମୋଟ୍ ୩୦ଟି ଛୁଟି ମିଳିବ । ତେବେ ଅସୁସ୍ଥ ହେଲେ କେତେଦିନ ଛୁଟି ମିଳିବ ତାହା ଅସୁସ୍ଥତା ଉପରେ ନିର୍ଭର କରିବ ।

କେତେ ରହିବ ଅଗ୍ନିବୀରଙ୍କ ଦରମା ?

ପ୍ରଥମ ବର୍ଷ- ମାସିକ ୩୦ ହଜାର ଟଙ୍କା

ଦ୍ୱିତୀୟ ବର୍ଷ- ମାସିକ ୩୩ ହଜାର ଟଙ୍କା

ତୃତୀୟ ବର୍ଷ- ମାସିକ ୩୬୫୦୦ ଟଙ୍କା

ଚତୁର୍ଥ ବର୍ଷ-ମାସିକ ୪୦ ହଜାର ଟଙ୍କା

Related Articles

Back to top button
WP Twitter Auto Publish Powered By : XYZScripts.com