ଜାତୀୟ

ପୋଡା ରୁଟି ଓ ପାଣିଆ ଡାଲିକୁ ନେଇ ପ୍ରଶ୍ନ ଉଠାଇଲେ କନେଷ୍ଟବଳ

ଦେଶ ଏବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳୁଛି । ରାମ ମନ୍ଦିର ନାମରେ ହଜାର ହଜାର କୋଟି ଖର୍ଚ୍ଚ ହେଉଛି ଠିକ ଏତିକି ବେଳେ ପୋଡା ରୁଟି ଓ ପାଣିଆ ଡାଲିର ଥାଳି ଧରି ସୋସିଆଲ ମିଡିଆରେ କାନ୍ଦୁଥିବା ଜଣେ ପୋଲିସ କର୍ମଚାରୀର ଚିତ୍ର ଆପଣଙ୍କୁ ବ୍ୟଥିତ କରିପାରେ । ବାସ୍ତବରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ସୁଶାସନର ଡିଣ୍ଡିମ ପିଟୁଥିବା ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ଶାସନରେ । ଏଠାରେ ଜଣେ ପୋଲିସ କର୍ମଚାରୀ ପୁରା ସରକାରଙ୍କ ପୋଲ ଖୋଲିଦେଇଛି । ଫିରୋଜବାଦ ପୋଲିସ ଲାଇନର ଏକ ମେସରୁ ଏହି ଚିତ୍ର ଏବେ ସାରା ଦେଶରେ ଯୋଗୀ ଶାସନର ବାସ୍ତବ ଚିତ୍ର ପଦାରେ ପକାଇଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ପୋଲିସ କର୍ମଚାରୀ ଜଣଙ୍କ ହାତରେ କିଛି ପୋଡା ରୁଟି ଓ ପାଣିଆ ଡାଲମାର ଥାଳି ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି । ସେ କହୁଛନ୍ତି କି ସରକାର ଆମକୁ ୧୨ ଘଂଟା କାମରେ ଲଗାଉଛନ୍ତି ଓ ଖାଇବାକୁ ଦେବା ବେଳେକୁ ଏଭଳି ଖାଦ୍ୟ ଦେଉଛନ୍ତି କି ନା ତାକୁ ଖାଇ ହେଉଛି ନା ନ ଖାଇ ରହି ହେଉଛି । ବାସ ଏଭଳି ଭିଡିଓ କରୁଥିବା ବେଳେ ତାଙ୍କୁ ପୋଲିସ ଜିପରେ ଜୋର ଜବରଦସ୍ତ ଉଠାଇ ନିଆଯାଉଛି । ଖାଲି ପୋଲିସ ତାଙ୍କୁ ଉଠାଇ ନେଇ ନାହିଁ ଏହାସହ ଯୋଗୀ ସରକାରଙ୍କ ଭାବମୂର୍ତ୍ତି କୁ ବଞ୍ଚାଇବାକୁ ପୋଲିସ ଏବେ ପୁରା ଦମରେ ଲାଗି ପଡିଛି ।

ଫିରୋଜାବାଦ ପୋଲିସ ପକ୍ଷରୁ ଏବେ ଟ୍ୱିଟ କରାଯାଇ ଭିଡିଓ ପୋଷ୍ଟ କରିଥିବା କନେଷ୍ଟବଳଙ୍କ ଚରିତ୍ର ସଂହାର କରିବା ଆରମ୍ଭ କରିଦିଆଯାଇଛି । ଫିରୋଜାବାଦ ପୋଲିସ ଯେଉଁ ଟ୍ୱିଟ କରିଛି ସେଥିରେ ଲେଖିା ଯାଇଛି କି କନେଷ୍ଟବଳ ମନୋଜ କୁମାର ଜଣେ ଅନୁଶାସନହୀନ କର୍ମଚାରୀ ଓ ତାଙ୍କ ବିରୋଧରେ ଏହା ପୂର୍ବରୁ ଅନେକ ଥର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାସହ ପୋଲିସ ତରଫରୁ ସଫେଇ ଦେଇ କୁହାଯାଇଛି କି ଖାଇବାର ଗୁଣବତ୍ତା ସମ୍ବନ୍ଧରେ ଯାଂଚ କରିବା ସିଓ ସିଟିର କାର୍ଯ୍ୟ ଏଥିରେ ତାଙ୍କର କିଛି ଭୂମିକା ନାହିଁ । ସେପଟେ ମନୋଜ କୁମାର ଅଭିଯୋଗ କରିଛନ୍ତି କି ପୋଲିସ ଲାଇନ ମେସରେ କର୍ମଚାରୀମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଛି । କଞ୍ଚା ରୁଟି ସାଙ୍ଗକୁ ପାଣିଆ ଡାଲି ଖାଇ ୧୨ ଘଂଟା ଡ୍ୟୁଟି କରିବା ସମ୍ଭବ ନୁହେଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com