Featuredଜାତୀୟ

NIA ବିରୋଧରେ କେରଳ ବନ୍ଦ ଡାକରା ଦେଇଛି PFI

ସାରା ଦେଶରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସିକୁ ବିରୋଧ କରି ଅସନ୍ତୋଷ ଦେଖାଦେଇଛି । କାର୍ଯ୍ୟାଳୟ , ଘର ଓ ଅନ୍ୟାନ୍ୟ ପରିସରରେ NIA ର ଚଢାଉକୁ ବିରୋଧ କରି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଶୁକ୍ରବାର  କେରଳ ବନ୍ଦ ଡାକରରା ଦେଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେରଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । କେରଳ ବନ୍ଦ ଘୋଷଣାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି  । NIA ଅଭିଯୋଗ ମୁତାବକ, PFI ଏକ ଆତଙ୍କବାଦୀ ପାଣ୍ଠି ଭାବେ ଅନେକ ହିଂସାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ଥିବାରୁ ଏହାର ନେତା ଏବଂ ବିଭିନ୍ନ ରାଜ୍ୟରେ ସଦସ୍ୟଙ୍କ ବିରୋଧରେ ବହୁ ଅପରାଧିକ ମାମଲା ରୁଜୁ କରାଯାଇଛି ।  ଆତଙ୍କବାଦୀ ପାଣ୍ଠି ମାମଲାରେ NIA ଏବଂ ED ମିଳିତ ଭାବେ ୧୫ଟି ରାଜ୍ୟର ୯୬ଟି ସ୍ଥାନରେ ଚଢାଉ କରି ଅନେକ ରାଜ୍ୟର PFI ମୁଖ୍ୟଙ୍କ ସମେତ ୧୦୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରିଥିଲେ। PFI ବିରୋଧରେ ଏହା ସବୁଠାରୁ ବଡ କାର୍ଯ୍ୟଅନୁଷ୍ଠାନ ଅଟେ ।

Related Articles

Back to top button
WP Twitter Auto Publish Powered By : XYZScripts.com