Breaking NewsFeaturedରାଜନୀତି

ରାହୁଲ ଗାନ୍ଧିଙ୍କୁ ୨୦୨୧ର ରେଜଲ୍ଟ ମନେ ପକାଇଦେଲେ ଟିଏମସି ନେତା କୁନାଲ ଘୋଷ । ଦେଖନ୍ତୁ କାହିଁକି ।

ମୁଣ୍ଡ ଉପରେ ୨୦୨୪ନିର୍ବାଚନ । ହେଲେ ବିରୋଧୀଙ୍କ ମହାମେଂଟ ଆଇଏନଡିଆଇଏରେ ଦୁଇ ଦଳକୁ ନେଇ ଲାଗି ରହିଛି କେଁ । ସେ ହେଉଛି କଂଗ୍ରେସ ଓ ଆମ ଆଦମୀ ପାର୍ଟି । ପ୍ରଥମରୁ ହିଁ ଏହି ୨ଦଳ ଭିତରେ ଚାଲିଛି ତୁ ତୁ ମେଁ ମେଁ । ଆଉ ଏହାର ପ୍ରମୁଖ କାରଣ ହେଲା ସିଟ ସେୟାରିଂ ବା ଆସନ ବୁଝାମଣା । କିନ୍ତୁ ଏହାରି ଭିତରେ ଏବେ ପୁଣି ଅଡୁଆ ବଢାଇଛି ଟିଏମସି ନେତାଙ୍କ ବୟାନ । କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାରେ ପଶ୍ଚିମବଙ୍ଗ ସାମିଲ ହେବା ଉପରେ ରାହୁଲ ଗାନ୍ଧି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ବରିଷ୍ଠ ଟିଏମସି ନେତା କୁନାଲ ଘୋଷ । ସେ କହିଛନ୍ତି ପଶ୍ଚିମବଙ୍ଗରେ ତୃଣ ମୂଳ କଂଗ୍ରେସର ଦବଦବା ରହିଛି । ଏବଂ ଏକାକୀ ନିଜ ଦମରେ ବିଜେପି ବିରୋଧରେ ଲଢେଇ ଲଢିଛି ଟିଏମସି । ଏହା ସହ ରାହୁଲଙ୍କୁ ଗତ ନିର୍ବାଚନ ବା ୨୦୨୧ ନିର୍ବାଚନର ଫଳାଫଳ ବିଷୟରେ ମନେ ପକାଇ ଦେଇଛନ୍ତି ଟିଏମସିର ସାଧାରଣ ସଂପାଦକ । ଶୁଣନ୍ତୁ କିଭଳି ଢଙ୍ଗରେ ବର୍ଷିଛନ୍ତି କୁନାଲ ଘୋଷ ।

ପଶ୍ଚିମବଙ୍ଗ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ କଂଗ୍ରେସ ଏକ ଅଲଗା ଦଳ। ତେଣୁ ସେମାନଙ୍କର ନିଜର ଅଧିକାର ଅଛି। ସେମାନେ ନିଜ ପାର୍ଟି ପାଇଁ କାର୍ୟ୍ୟକ୍ରମ ଆୟୋଜନ କରିପାରିବେ। କିନ୍ତୁ ଟିଏମସି ପଶ୍ଚିମବଙ୍ଗ ରାଜନୀତିରେ ଏକ ଦୃଢ ଆଧାର ଥିବା ଏକ ଦଳ ବଲ କହିଛନ୍ତି କୁନାଲ ଘୋଷ । ଏଠାରେ କହିରଖୁଛୁ ଯେ, ଜାନୁଆରୀ ୧୪ ବା ଗତ ରବିବାର ଠାରୁ ମଣିପୁରରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ୬୭ଦିନର ଏହି ଯାତ୍ରାରେ ସାମିଲ ଅଛି ବେଙ୍ଗଲ । ତେଣୁ ଏହାକୁ ନେଇ ଏଭଳି କଟାକ୍ଷ କରିଛନ୍ତି ଟିଏମସି ଲିଡର । ତେବେ ଏସବୁ ଘଟଣାରି ସ୍ପଷ୍ଟ ଜଣାପଡୁଛି ଯେ, କେବଳ କଂଗ୍ରେସ ସହ ଆପ ନୁହେଁ ବରଂ ଟିଏମସି ସହ ରହିଛି ଅନଃକନ୍ଦଳ । ଏସବୁ ପରେ କିଭଳି ଏକାଠି ନିର୍ବାଚନ ଲଢୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com