Featuredଜାତୀୟ

କୃଷି କ୍ଷେତ୍ରରେ ବିକାଶ ପାଇଁ ନୂଆ ପଦକ୍ଷେପ

କୃଷକମାନଙ୍କ ସହ ନୂଆ ଜ୍ଞାନକୌଶଳ ଏବଂ ରିସର୍ଚ୍ଚ ଇତ୍ୟାଦିକୁ ସଂଯୋଗ କରିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମ।ର ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ୯୪ତମ ବାର୍ଷିକ ସାଧାରଣ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି ।

ତୋମର କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଭଳି ଚାଲେଞ୍ଜ ଆଜି ଆମ ସାମନାରେ ରହିଛି । ଏହାସହିତ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକଙ୍କର ଫସଲ ମଧ୍ୟ ବାରମ୍ବାର ନଷ୍ଟ ହେଉଥିବାର ଅନେକ ଉଦାହରଣ ଆମେ ଦେଖିଛେ । ନୂଆ ଭାରତରେ ଆମକୁ ନୂଆ ଜ୍ଞାନ କୌଶଳ ଏବଂ ରିସର୍ଚ୍ଚକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ । କୃଷିକ୍ଷେତ୍ରରେ ବିକାଶ କରିବା ପାଇଁ ସେ ଆଇସିଏମଆରର ବୈଜ୍ଞାନିକଙ୍କ ସହାୟତା ମାଗିଥିବା ଜଣାଯାଇଛି ।

ଅନ୍ୟ ପକ୍ଷରେ କୃଷି ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଡ୍ରାଗନ ଫ୍ରୁଟ, ଆମ୍ବ, ପନିପରିବା ଏବଂ ଫୁଲ ପାଇଁ ବେଙ୍ଗଲୁରୁ, ଯାଜପୁର ଏବଂ ଗୋଆରେ ୩ଟି ଉତ୍କୁଷ୍ଟତା କେନ୍ଦ୍ର ସ୍ଥାପନ କରାଯିବ । ତେବେ କେନ୍ଦ୍ର କୃଷି ମନ୍ତ୍ରାଳୟ ବର୍ତ୍ତମାନ ସୁଦ୍ଧା ମୋଟ ୪୯ଟି ସିଓଆଇକୁ ମଞ୍ଜୁରୀ ପ୍ରଦାନ କରିଛି । ଏଥିରୁ ଡ୍ରାଗନ ଫ୍ରୁଟ ପାଇଁ ଗୋଟିଏ ସିଓଆଇ ବେଙ୍ଗଲୁରୁର ହୀରେହଲ୍ଲୀ ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଆମ୍ବ ଏବଂ ପନିପରିବା ପାଇଁ ଓଡିଶାର ଯାଜପୁର ଜିଲ୍ଲାରେ ପ୍ରତିଷ୍ଠା କରାଯିବ । ଏହା ବ୍ୟତୀତ ପନିପରିବା ସହ ଫୁଲ ପାଇଁ ତୃତୀୟ ସିଓଆଇ ଦକ୍ଷୀଣୀ ଗୋଆର ପୋଣ୍ଡାରେ ଏକ ସରକାରୀ କୃଷି ଫାର୍ମରେ ସ୍ଥାପିତ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com