Breaking NewsFeaturedରାଜନୀତି

ବିରୋଧୀ ମେଣ୍ଟର Virtual Meetingରେ କଣ ହେବ ଆଲୋଚନା, ଦେଖନ୍ତୁ || Nitish Kumar || Congress

ବିରୋଧୀଙ୍କ ମିଳିତ ମେଂଟ ଆଇଏନଡିଆଇଏକୁ ଏକଜୁଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ମୋଟାମୋଟି କହିବାକୁ ଗଲେ ଗୋଟିଏ ଛାତ ତଳେ ସମସ୍ତ ବିରୋଧୀଙ୍କୁ ଏକଜୁଟ କରିବାରେ ନୀତୀଶ ଥିଲେ ସୂତ୍ରଧର । ହେଲେ ଏବେ ସେ ମେଂଟରେ କୋଣ ଠେସା ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରଦାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଛା କରିଥିବା ନୀତୀଶଙ୍କ ମନ ଭାଙ୍ଗି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗଙ୍କେ ନାଁ ପ୍ରସ୍ତାବ ପରେ କୁଆଡେ ଖପା ହୋଇଛନ୍ତି ନୀତୀଶ । ଯାହା ମେଂଟର ଚତୁର୍ଥ ବୈଠକରୁ ସଂକେତ ମିଳିଛି । ଯଦିଓ ପରବର୍ତୀ ସମୟରେ କୌଣସି ପଦ ପ୍ରତି ବିହାରୀ ବାବୁ ଆଶାୟୀ ନାହାନ୍ତି ଓ ନାରାଜ ନଥିବା କହିଛନ୍ତି, ତଥାପି ବାରମ୍ବାର ନୀତୀଶଙ୍କୁ ମନାଇବାକୁ ପ୍ରୟାସ କରାଯାଇଛି ।

ଏସବୁ ଦୃଷ୍ଟିରୁ ଚର୍ଚ୍ଚା ହେଉଛି କୁଆଡେ ଆଇଏନଡିଆଇଏର ମଙ୍ଗ ଧରିବେ ଜେଡିୟୁ ଅଧ୍ୟକ୍ଷ । ଖପ୍ପା ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ମେଣ୍ଟରେ ମିଳିପାରେ ବଡ ଦାୟିତ୍ୱ। କୁହାଯାଉଛି ଜେଡିୟୁ ନେତା ନୀତୀଶ କୁମାର ହୋଇପାରନ୍ତି ଆଇଏନଡିଆଇଏ ମେଣ୍ଟର ସଂଯୋଜକ । ଏନେଇ କଂଗ୍ରେସ ଓ ନୀତୀଶଙ୍କ ସମେତ ମେଂଟର ବହୁ ବଡ ବଡ ନେତାଙ୍କ ସହ ଭର୍ଚୁଆଲ ବୈଠକ ବସିବ । ଏଥିରେ ମେଂଟର କନଭେନର ବା ସଂଯୋଜକ କରିବାକୁ ପ୍ରସ୍ତାବ ଦିଆଯାଇପାରେ ବୋଲି କୁହାଯାଉଛି। ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ଠାରୁ କଂଗ୍ରେସ ଏ ସମ୍ପର୍କରେ ସମ୍ମତି ନେଇଛି। ତେଣୁ ଏହି ବୈଠକରେ ନୀତୀଶଙ୍କୁ ମେଂଟର ବଡ ଦାୟିତ୍ୱ ଦେଇ ମନାଇବାକୁ ପ୍ରୟାସ କରାଯିବ । ତେବେ ଆସନ୍ତୁ ନଜର ପକାଇବା କଣ ସବୁ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଚର୍ଚ୍ଚା ହେଉଛିି ନୀତୀଶଙ୍କ ଇମେଜ ଆଗକୁ ଖରାପ ନହେବା ପାଇଁ କଂଗ୍ରେସ ଏହି ମିଟିଂରେ ଆଲୋଚନା କରିବ । ବର୍ତମାନ କଂଗ୍ରେସ ତାଙ୍କୁ କନଭେନର ବା ସଂଯୋଜ ଦାୟିତ୍ୱ ଦେଇ ମନେବାକୁ ଚେଷ୍ଟା କରିବ । ବର୍ତମାନ ଏହି ଦାୟିତ୍ୱ ନିଅନ୍ତୁ ପରେ ପ୍ରଧାନମନ୍ତ୍ରୀ କଥା ବିଚାର କରିବା ବୋଲି ପ୍ରସ୍ତାବ ଦେଇପାରେ କଂଗ୍ରେସ । ଏପରିକି ଯଦି କେହି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନ ହୁଅନ୍ତି, ତେବେ ଯେଉଁ ଦଳ ଅଧିକ ଆସନ ହାତେଇବ, ସିଟ ଅନୁପାତରେ ଏହାକୁ ନଜରରେ ରଖି ସେହି ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବ ବୋଲି ପ୍ରସ୍ତାବ ଦିଆଯିବାର ସମ୍ଭାବନା ରହିଛି । ତେବେ ଯେ କୌଣସି ମୁହୁର୍ତରେ ଏହି ଭର୍ଚୁଆଲ ମିଟିଂ ହେବାର ସମ୍ଭାବନା ରହିଛି । ଯେଉଁଥିରେ ନୀତୀଶଙ୍କ ମାନଭଂଜନ କରିବାକୁ ପ୍ରୟାସ କରିବ କଂଗ୍ରେସ ।

Related Articles

Back to top button
WP Twitter Auto Publish Powered By : XYZScripts.com