ଜାତୀୟରାଜନୀତି

ବିଜେପିରୁ ୨୫ ବିଧାୟକ, ସିନ୍ଦେଙ୍କ ୧୩ ବିଧାୟକ ହେବେ ମନ୍ତ୍ରୀ, ଚାଲିଛି ମହାରାଷ୍ଟ୍ର କ୍ୟାବିନେଟ୍‌କୁ ସହମତିର ପ୍ରସ୍ତୁତି

ମୁମ୍ୱାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାବିନେଟ୍‌ରେ ୪୫ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିବା ନେଇ ସମ୍ଭାବନା ରହିଛି । ଯେଉଁଥିରେ ଅଧିକାଂଶ ମନ୍ତ୍ରୀ ବିଜେପିର ରହିବେ । ମିଳିଥିବା ସୂଚନା ଅନୁସାରେ ନୂଆ ମନ୍ତ୍ରୀ ମଣ୍ଡଳରେ ବିଜେପିର ୨୫ ବିଧାୟକ ଏବଂ ସିନ୍ଦେଙ୍କ ପକ୍ଷରୁ ଶିବସେନାର ୧୩ ବିଧାୟକ ସାମିଲ୍‌ ହେବେ । ଅନ୍ୟପଟେ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ କିଛି ବିଧାୟକଙ୍କୁ ମଧ୍ୟ ଏଥିରେ ସାମିଲ୍‌ କରାଯାଇପାରେ । ସିନ୍ଦେଙ୍କ ସରକାରରେ ଅଧିକାଂଶ ନୂଆ ମନ୍ତ୍ରୀସ୍ଥାନ ପାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଆଗାମୀ ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ବିଜେପି ନୂଆ ଚେହେରାଙ୍କୁ ପରଖିବାକୁ ଚାହୁଁଥିବା ସୂତ୍ରରେ ଜଣାପଡ଼ିଛି । ଏଥିପାଇଁ ବିଜେପି ଏହାର ନୂଆ ଫର୍ମୁଲା ଉପରେ କାମ କରୁଛି । ଦଳର ନେତାଙ୍କ ଦ୍ୱାରା ଚୟନ ହେଉଥିବା ନାମକୁ ସହମତି ଦିଆଯାଉଛି ।

ଏକନାଥ ସିନ୍ଦେ ଶିବସେନାରେ କ୍ଷମତା ପରିବର୍ତ୍ତନ କରିବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ ଚାଲିଥିବା ମହା ବିକାଶ ଅଘାଡ଼ି ସରକାରକୁ ସିନ୍ଦେ ଭାଙ୍ଗିଦେବା ପରେ କ୍ଷମତା ହାତେଇ ଥିଲେ । ତାଙ୍କ ସରକାରରେ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ।

କୁହାଯାଉଛି ଯେ ସିନ୍ଦେ ସେନା ଏବଂ ବିଜେପି ମଧ୍ୟରେ ସ୍ଥିର ହୋଇଥିବା ଫର୍ମୁଲାର ଶେଷ ପର୍ଯ୍ୟାୟ ଚାଲିଛି । ଶିବସେନାର ପ୍ରତ୍ୟେକ ୩ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିବ । ଶିନ୍ଦେଙ୍କ ସହିତ ୧୬ ବିଧାୟକଙ୍କ ସମ୍ଭାବିତ ଅଯୋଗ୍ୟତା ଉପରେ ୧୧ ଜୁଲାଇରେ ସୁପ୍ରିମ୍‌କୋର୍ଟଙ୍କ ଶୁଣାଣି ପରେ ଶେଷ ନିର୍ଣ୍ଣୟ ନିଆଯିବ ବୋଲି ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com