Breaking NewsFeaturedରାଜନୀତି

ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ମୋଦିଙ୍କୁ ଭେଟିବା ପଛର ରହସ୍ୟ କଣ, ଦେଖନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଷ୍ଟାଲିନ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା କ୍ରୀଡାମନ୍ତ୍ରୀ ଉଦୟନିଧି ଷ୍ଟାଲିନ ମୋଦିଙ୍କୁ ସାକ୍ଷାତ କରିଛନ୍ତି । କାରଣ ତାମିଲନାଡୁରେ ପ୍ରକୃତିର ତାଣ୍ଡବ ଯୋଗୁ ଦେଖାଦେଇଛି ବନ୍ୟା ପରିସ୍ଥିତି । ପ୍ରଭାବିତ ହୋଇଛି ଅଧିକାଂଶ ଅଂଚଳ । ଏବେ ବି ପାଣି ଘେରରେ ଅନେକ ଜିଲ୍ଲାର ଲୋକେ । ତେଣୁ ବନ୍ୟା ପ୍ରଭାବିତ ଜିଲ୍ଲାରେ ଉଦ୍ଧାର ଓ ରିଲିଫ କାର୍ୟ୍ୟ ତ୍ୱରାନ୍ୱିତ କରିବା ପାଇଁ ପାଣ୍ଠି ରିଲିଜ କରିବାକୁ କହିଛନ୍ତି ଡିଏମକେ ନେତା ଷ୍ଟାଲିନ । ଏହାଦ୍ୱାରା ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାରେ ରିଲିଫ ଓ ରିହ୍ୟା ବିଲଟେସନ କାର୍ୟ୍ୟ କରାଯାଇ ପାରିବ।

ତେବେ ପ୍ରଧାନମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଜୁନିୟର ଷ୍ଟାଲିନ । ଏହାସହ ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଭାବେ କାମ କରୁଥିବା ଉଦୟନିଧି ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭ ଚେନ୍ନାଇରେ ଜାନୁଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି।

ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୋଟିଏ କଫି ଟେବୁଲ ବୁକ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ରଫି ଗେମ୍ସ ୨୦୨୩ ଓ ଏସିଆନ ପୁରୁଷ ହକି ଚାମ୍ପିୟନଶିପ ସଫଳତାର ସହ ତାମିଲନାଡୁରେ ଆୟୋଜନ ହୋଇଥିବାରୁ, ସେ ସମ୍ପର୍କିତ ତଥ୍ୟ ଉକ୍ତ ବହିରେ ରହିଛି। ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁ ଯିବା ସହ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ। ଏହି ସମୟରେ ସେ ବନ୍ୟା ପୀଡ଼ିତ ଲୋକଙ୍କୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com