Breaking NewsFeaturedରାଜନୀତି

କଂଗ୍ରେସ ବିଧାୟକ ରାଜେନ୍ଦ୍ର ସିଂ ବିଧୁଡ଼ି ହରଡ଼ଘଣାରେ, ବିଜେପି କହିଲା ଲୋକେ ଦେବେ ଉଚିତ୍‌ ଜବାବ

ପାଖେଇ ଆସୁଛି ରାଜସ୍ଥାନ ନିର୍ବାଚନ। ଦିନ କେଇଟା ପରେ ଲୋକେ ବାଛିବେ ସେମାନଙ୍କ ପ୍ରିୟ ନେତା। ତେଣୁ ସବୁ ଦଳର ନେତା-କର୍ମୀ ଲୋକଙ୍କ ମନ ଜିଣିବାକୁ କରୁଛନ୍ତି ପ୍ରୟାସ। କିନ୍ତୁ ରାଜସ୍ଥାନର ଜଣେ କଂଗ୍ରେସ ବିଧାୟକ ଏବେ ନିଜ କାଣ୍ଡକାରନାମା ଲାଗି ହରଡ଼ଘଣାରେ। ତାଙ୍କୁ ନେଇ ବଢ଼ିଲାଣି ବିବାଦ। କାରଣ ସେ ଜଣେ ଚାଷୀଙ୍କୁ ଲାତ ମାରିଛନ୍ତି। ବିଧାୟକ ଜଣଙ୍କ ହେଉଛନ୍ତି କଂଗ୍ରେସ ଦଳର। ରାଜସ୍ଥାନର ବେଙ୍ଗୁ ବିଧାୟକ ରାଜେନ୍ଦ୍ର ସିଂ ବିଧୁଡି। ରାଜେନ୍ଦ୍ର ଜଣେ ଚାଷୀଙ୍କ ପଗଡ଼ିକୁ ଗୋଇଠା ମାରିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଚାଷୀ ଜଣକ ବିଧାୟକଙ୍କ ଗୋଡ଼ ତଳେ ନିଜ ପଗଡ଼ି ରଖି ଦେଇଥିଲେ। ଅର୍ଥାତ୍‌ କୌଣସି କାର୍ଯ୍ୟ ପାଇଁ ହୁଏତ ନେହୁରା ହେଉଥିଲେ। ତେବେ ବିଧାୟକ ଏହାକୁ ଗୋଇଠା ମାରିଥିଲେ।
ରିପୋର୍ଟ ଅନୁସାରେ ଚାଷୀ ଜଣକ ନିଜ ପୁଅ ପାଇଁ ଚାକିରି ମାଗିବାକୁ ବିଧାୟକଙ୍କ ପାଖକୁ ଯାଇଥିଲେ। ମାତ୍ର ବିଧାୟକ ତାଙ୍କ ପଗଡ଼ିକୁ ଗୋଇଠା ମାରି ଅପମାନିତ କରିଥିଲେ। ଏହି ଭିଡିଓ ଏକ ହୋଟେଲର ସିସିକ୍ୟାମେରା ରେକର୍ଡ ବୋଲି କୁହାଯାଉଛି। ବିଧାୟକ ଏଭଳି କରିବା ସମୟରେ ବହୁ ଲୋକ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳୁଛି। ତେବେ ଏହାକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ଦେଇଛି। ବିଜେପି ମୁଖପାତ୍ର ଗୌରବ ଭାଟିଆ ଏକ ସୋସିଆଲ୍ ମିଡିଆ ପୋଷ୍ଟରେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ଖୁବ୍‌ ଶୀଘ୍ର ଲୋକେ ଏହି ଅପମାନର ଜବାବ ଦେବେ। ଲୋକେ ମଧ୍ୟ ଲାତ ମାରି କଂଗ୍ରେସକୁ ଦୂରେଇ ଦେବେ ବୋଲି ଗୌରବ ଉଲ୍ଲେଖ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com