ଅନ୍ତର୍ଜାତୀୟଜାତୀୟରାଜନୀତି

ଇମ୍ରାନଙ୍କୁ ଝଟକା, ପ୍ରଧାନମନ୍ତ୍ରୀଙ୍କ ହାତ ଛାଡ଼ିଲେ ପାକ୍ ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ଚିଫ୍ ସେକ୍ରେଟାରୀ

ନୂଆଦିଲ୍ଲୀ() ପାକିସ୍ତାନ ସଂସଦରେ ଅବିଶ୍ବାସ ପ୍ରସ୍ତାବ ଖାରଜ ହେବା ଏବଂ ନାସନାଲ୍ ଆସେମ୍ଲି ଭଙ୍ଗ କରାଯିବା ମାମଲାରେ ପରବର୍ତ୍ତୀ ଶୁଣାଣି ଆଜି ହେବ । ପାକିସ୍ତାନ ପିପୁଲ୍ସ ପାର୍ଟି ଆବେଦନ କରିଥିବା ମାମଲାରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ତେବେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ୧୬ ଜଣିଆ ଫୁଲ୍ ବେଞ୍ଚରେ ଶୁଣାଣି କରିବାକୁ ଆବେଦନ କରାଯାଇଥିଲା , ଯାହାକୁ ୩ ଜଣିଆ ଖଣ୍ଡପୀଠ ଖାରଜ କରି ଦେଇଥିଲେ ।

ସଂସଦର ପ୍ରକ୍ରିୟା ନେଇ ସମୀକ୍ଷା ହେବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ମାମଲାରେ ସବୁ ପକ୍ଷକୁ ନୋଟିସ୍ ଜାରି କରାଯାଇଛି । ଆଜି ପରବର୍ତ୍ତୀ ଶୁଣାଣି ହେବ । ଅନ୍ୟପଟେ ପାକ୍ ରାଷ୍ଟ୍ରପତି ଆରିଫ୍ ଆଲ୍ଭୀ କହିଛନ୍ତି କେୟାରଟେକର୍ ପ୍ରଧାନମନ୍ତ୍ରୀ ନିଯୁକ୍ତି ପର୍ଯ୍ୟନ୍ତ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରହିବେ ।

ଇମ୍ରାନଙ୍କ ପାର୍ଟି ତେହରିକ-ଏ-ଇନସାଫ୍ କାମଚଳା ପ୍ରଧାନମନ୍ତ୍ରୀ ପାଇଁ ପୂର୍ବତନ ଜଜ୍ ଅଜମତ ସୟିଦଙ୍କ ନାଁ ସୁପାରିଶ କରିଛି । ସେପଟେ ହାତରୁ ଶାସନ ଡୋରି ଯିବା ପରେ ଇମ୍ରାନ ଖାନଙ୍କୁ ପୁଣି ବଡ଼ ଝଟକା ଲାଗିଛି । ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଡକ୍ଚର ମୋଇଦ ୟୁସୁଫି ଇସ୍ତଫା ଦେଇଛନ୍ତି । ଏହା ଆଗରୁ ଇମ୍ରାନଙ୍କ ଚିଫ୍ ସେକ୍ରେଟାରୀ ଆଜମ ଖାନ ଏବଂ ପରାମର୍ଶଦାତା ଶହଜାଦ ଆକବର ମଧ୍ୟ ଇସ୍ତଫା ଦେଇ ସାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com