ଅନ୍ତର୍ଜାତୀୟଜାତୀୟ

ଭୁଶୁଡିଲା ଷ୍ଟାଡିୟମ ଗ୍ୟାଲେରୀ, ୨୨୫ ଆହତ

ଥିରୁଅନନ୍ତପୁରମ୍‌: କେରଳରେ ଅଘଟଣ। ଭୁଶୁଡି ପଡିଲା ମାଲ୍ଲାପୁରମ ଜିଲ୍ଲା ପୁଙ୍ଗଡ଼ରେ ଅସ୍ଥାୟୀ ଷ୍ଟାଡିୟମ ଗ୍ୟାଲେରୀ। ଏହି ଦୁର୍ଘଟଣାରେ ୨୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କ ମଧ୍ୟରୁ ଜଣେ ମେରୁଦଣ୍ଡରେ ଆଘାତ ପାଇଥିବାବେଳେ ୫ ଜଣଙ୍କ ହାଡ଼ ଭାଙ୍ଗିଯାଇଛି।

ଗତ ରାତିରେ ଚାରିଟି ଉଦ୍ଦେଶ୍ୟରେ ଫୁଟବଲ ମ୍ୟାଚ୍ ଆୟୋଜନ କରାଯାଇଥିଲା। ଏଥିଲାଗି ପଡିଆର ଗୋଟିଏ ପାର୍ଶ୍ୱରେ ଅସ୍ଥାୟୀ ଗ୍ୟାଲେରୀ ନିର୍ମାଣ କରାଯାଇଥିଲା। ତେବେ ଖେଳ ଆରମ୍ଭ ଲାଗି ପଡିଆରେ ଖେଳାଳିମାନେ ପହଞ୍ଚି ସାରିଥିବାବେଳେ ଗ୍ୟାଲେରୀରେ ଖଚାଖଚ ଭିଡଳ ଜମିଥିଲା। ତେବେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ହିଁ ଗ୍ୟାଲେରୀଟି ଭୁଶୁଡ଼ି ପଡ଼ିଥିଲା।

ଫଳରେ ଶତାଧିକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏପରିକି କିଛି ଲୋକଙ୍କ ଉପରେ ଫ୍ଲଡ ଲାଇଟ୍ ଷ୍ଟାଣ୍ଡ ମଧ୍ୟ ଗଳି ପଡ଼ିଥିଲା। ସ୍ଥାନୀୟ ପୁଲିସର ସୂଚନା ଅନୁସାରେ ମାତ୍ର ୪ହଜାର ଲୋକଙ୍କୁ ଧାରଣ କରିବା ଭଳି ଗ୍ୟାଲେରୀ ତିଆରି ହୋଇଥିଲା। ହେଲେ ୫୦୦୦ରୁ ଅଧିକ ଲୋକ ଗ୍ୟାଲେରୀ ଉପରେ ଚଢ଼ିଯିବାରୁ ତାହା ଭୁଶୁଡ଼ି ପଡ଼ିଥିଲା। ଗତ ରାତି ୯ଟାରେ ଏହି ଦୁର୍ଘଟଣା ଘଟିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com