Featuredଜାତୀୟ

ଅପରାଧ ନୁହେଁ ସମଲିଙ୍ଗୀ ସମ୍ପର୍କ : ମୁଖ୍ୟ ବିଚାରପତି ଧନଞ୍ଜୟ ଚନ୍ଦ୍ରଚୂଡ

ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କୁହାଯାଇପାରିବ ନାହିଁ । ଏପରି କହିଛନ୍ତି ଭାରତର ମୁଖ୍ୟ ବିଚାରପତି, ଧନଞ୍ଜୟ ଚନ୍ଦ୍ରଚୂଡ । ସାତ ଦଶକ ପରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାଦ ଦିଆଯାଇଛି । ଆମ ସମାଜରେ ହେଉଥିବା ଅନ୍ୟାୟ ମଧ୍ୟରେ ଏହା ଗୋଟିଏ ଥିଲା । ମହାରାଷ୍ଟ୍ର ନ୍ୟାସନାଲ ଲ’ ୟୁନିଭର୍ସିଟିର ସମାବର୍ତନ ଉତ୍ସବ ଅବସରରେ ଏହା କହିଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ । ନବତେଜ୍ ସିଂ ଜୋହର ମାମଲାରେ ସେ ଦେଇଥିବା ଐତିହାସିକ ରାୟର ଉଦାହରଣ ଦେଇଛନ୍ତି ।

ନବତେଜ୍ ସିଂ, ମାମଲାର ଶୁଣାଣି କରି ଚନ୍ଦ୍ରଚୂଡ କହିଥିଲେ ଧାରା ୩୭୭ ଏକ ଔପନିବେଶବାଦୀ କଳା ଆଇନ । ଯାହାକି ସମାନତା,ଅଭିବ୍ୟକ୍ତି ଓ ସ୍ୱତନ୍ତ୍ରତା, ଜୀବନ ଓ ବ୍ୟକ୍ତିଗତ ଭଳି ମୌଳିକ ଅଧିକାରର ଉଲଂଘନ କରୁଛି । ତେଣୁ ସମସ୍ତଙ୍କୁ ଯେମିତି ସମାନ ଓ ବିନା-ଭେଦଭାବରେ ସାମ୍ବିଧାନିକ ଅଧିକାର ଦିଆଯାଇପାରିବ ତାହା ଗୁରୁତ୍ୱପୂର୍ଣ୍ଣ । ଏଥିସହ କହିଛନ୍ତି ଭାରତୀୟ ସମ୍ବିଧାନ ସୁଶାସନ, ଗରିମା ଓ ସ୍ୱତନ୍ତ୍ରତାର ଏକ ଉଲ୍ଲେଖନୀୟ ସ୍ୱଦେଶୀ ଉତ୍ପାଦ । ତେବେ ଆଗକୁ ବହୁତ କିଛି କରିବାକୁ ବାକି ଅଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।

Related Articles

Back to top button
WP Twitter Auto Publish Powered By : XYZScripts.com