ଜାତୀୟରାଜନୀତି

କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା : ଅନୁରାଗ ଠାକୁର

କୃଷକଙ୍କୁ ନେଇ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି । ସରକାର ବୁଧବାର ଘୋଷଣା କରିଛନ୍ତି ଯେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲଘୁ ଅବଧି ଋଣରେ ୧.୫ ପ୍ରତିଶତ ଛାଡ ହେବ । ଏହି ଯୋଜନା ପାଇଁ ୨୦୨୨-୨୩ ଏବଂ ୨୦୨୪-୨୫ ବଜେଟରେ ୩୪, ୮୫୬ କୋଟିର ଅର୍ଥ ବ୍ୟୟବରାଦ କରାଯିବ । କ୍ୟାବିନେଟ ବୈଠକରେ ମୋଦୀ ସରକାର ଏହି ବଡ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତିା ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି ସରକାର କୃଷକଙ୍କୁ ସଶକ୍ତ କରିବା ପାଇଁ କାମ କରୁଛନ୍ତି । ତେଣୁ ବର୍ତ୍ତମାନ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲଘୁ ଅବଧି ଋଣରେ ୧.୫ ପ୍ରତିଶତ ଛାଡ ହେବ । ଏହି ଯୋଜନା ପାଇଁ ୨୦୨୨-୨୩ ଏବଂ ୨୦୨୪-୨୫ ବଜେଟରେ ୩୪, ୮୫୬ କୋଟିର ଅର୍ଥ ବ୍ୟୟବରାଦ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com