ଜାତୀୟ

ଝିଅର ମୃତ୍ୟୁ ପରେ ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର: କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ() ଗୁରୁବାର ଦିନ ସମ୍ପତ୍ତି ବିବାଦରେ ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟଙ୍କ କହିବା ମୁତାବକ, ଝିଅର ମୃତ୍ୟୁ ପରେ ବି ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର ରହିବ । ରାୟ ଶୁଣାଇବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦ୍ୱିତୀୟ ପକ୍ଷଙ୍କୁ ସମ୍ପତ୍ତି ବିକ୍ରି ବା କୌଣସି ଅନ୍ୟ ଅଧିକାରୀକୁ ସ୍ଥଗିତ କରାଯାଇଛି ।

ତେବେ ଗୁରୁବାର ଦିନ ଦିଲ୍ଲୀର ସାକେତ ସ୍ଥିତ ନରେଶ କୁମାର ଲାକାରର କୋର୍ଟରେ ସମ୍ପତ୍ତି ବିବାଦ ଉପରେ ଶୁଣାଣି ହୋଇଥିଲା । ଏହି ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ବାସ୍ତବରେ ଏହି ମାମଲାରେ ଭଣଜା ନିଜର ୨ ମାମୁଁଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ମାମୁଁଙ୍କ ଦ୍ୱାରା ଅଜାଙ୍କ ସମ୍ପତ୍ତିରୁ ଭାଗ ଦିଆଯାଇନଥିବା କୁହାଯାଇଛି ।

କୋର୍ଟ ଶୁଣାଣି କରୁଥିବା ବେଳେ କହିଛନ୍ତି ଯେ, ଯଦି ଝିଅର ମୃତ୍ୟୁ ହୋଇଛି, ତେବେ ତାଙ୍କ ପିତାଙ୍କ ସମ୍ପତ୍ତିରେ ସ୍ୱାମୀ ଓ ଛୁଆଙ୍କର ଅଧିକାର ରହିଛି । ଏପରି ପରିସ୍ଥିତିରେ ସମ୍ପତ୍ତିିରେ ଅଂଶ ନିର୍ଦ୍ଧାରଣ ନହେବା ପର୍ଯ୍ୟନ୍ତ ଦ୍ୱିତୀୟ ପକ୍ଷ କୌଣସି ସମ୍ପତ୍ତି ବିକ୍ରି କରିପାରିବେ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com