Breaking NewsFeaturedଅନ୍ତର୍ଜାତୀୟଜାତୀୟଜୀବନଶୈଳୀମନୋରଞ୍ଜନ

୧୧ ବର୍ଷ ବୟସରେ ଏତେ ଟଙ୍କାର ଡିମାଣ୍ଡ କରୁଛନ୍ତି ମହେଶ ବାବୁଙ୍କ ଝିଅ

ଚମକୁଛନ୍ତି ସୀତାରା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବାପାଙ୍କ ରେକର୍ଡ ଭାଙ୍ଗିବ ଝିଅ! ଠିକ୍‌ ଏମିତି ଅନୁମାନ କରୁଛନ୍ତି ଫିଲ୍ମ ପ୍ରେମୀ। ତେବେ ଏହା କେବଳ ଫିଲ୍ମର କଥା ନୁହେଁ, ବାସ୍ତବରେ ସେମିତି କିଛି ଘଟିଛି। ସାଉଥ ଇଣ୍ଡଷ୍ଟ୍ରିର ଅନ୍ୟତମ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡର ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କ ସୁନ୍ଦର ଝିଅ ସୀତାରା ଏବେ ଚମକୁଛନ୍ତି। ମାତ୍ର ୧୧ ବର୍ଷ ବୟସରେ ତାଙ୍କର ଡିମାଣ୍ଡ କାହିଁରେ କେତେ। ସେଥିପାଇଁ ସେ ଏବେ ଚର୍ଚ୍ଚାରେ।

https://www.instagram.com/p/CuRcna2KanM/

ସୀତାରା ଟାଇମ୍ସ ସ୍କୋୟାରରେ ଦେଖା ଦେଇଥିବା ପ୍ରଥମ ଷ୍ଟାର୍‌ କିଡ୍‌। ନିକଟରେ ସେ ଏକ ଜ୍ବିଲେରି ବ୍ରାଣ୍ଡ ପାଇଁ ଫଟୋସୁଟ୍ କରିଥିଲେ ।  ଯାହା ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଛି। ତେବେ ବଡ଼ କଥା ହେଉଛି ୧୧ ବର୍ଷରେ ସେ ଯାହା କରିଛନ୍ତି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଆସନ୍ତୁ ଜାଣିବା ସୀତାରା ଏହି ଫଟୋ ଶୁଟ୍‌ ପାଇଁ କେତେ ଟଙ୍କା ଡିମାଣ୍ଡ କରିଥିଲେ।

https://www.instagram.com/p/CuRdvKeKZZK/

ସୀତାରାଙ୍କୁ PMJ ଜୁଏଲର୍ସ ପାଇଁ ଏକ ଫଟୋ ଶୁଟ୍ କରାଯାଇଛି। ସେ ଏହାର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫଟୋ ଶୁଟ୍‌ ପାଇଁ ସୀତାରା ୧୦ ଲକ୍ଷ କି ୨୦ ଲକ୍ଷ ନୁହେଁ  ବରଂ ୧ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଯାହା ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀଙ୍କ ଫି ସହିତ ସମାନ । ସୀତାରାଙ୍କ ଏହି ଫଟୋ ଶୁଟ୍ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ୪ ଜୁଲାଇରେ ପ୍ରଦର୍ଶିତ ହୋଇଥିଲା । ସେ ଏହା କରିବା ପାଇଁ ପ୍ରଥମ ଷ୍ଟାରକିଡ୍‌ ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଫଟୋ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି।

https://www.instagram.com/p/CuRgXPlvVXg/

Related Articles

Back to top button
WP Twitter Auto Publish Powered By : XYZScripts.com