ଜାତୀୟ

ଦେଶର ସମସ୍ତ ଏମ୍ସ ହସ୍ପିଟାଲର ନାମ ହେବ ପରିବିର୍ତ୍ତନ , ପ୍ରତିଷ୍ଠିତ ବ୍ୟକ୍ତି ପ୍ରତିଷ୍ଠାନ ନାମରେ ହେବ ନାମିତ

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ନାମ ବଦଳିଯିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ପ୍ରସ୍ତାବ ବିଚାରାଧୀନ ରହିଛି  । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତା’ହେଲେ ଦିଲ୍ଲୀ ସମେତ ଦେଶରେ ୨୩ଟି ଏମ୍‌ସର ନାମ ବଦଳିବ । ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରସ୍ତାବ ଅନୁଯାୟୀ, ଏମ୍‌ସଗୁଡ଼ିକର ନାମ ସ୍ଥାନୀୟ ଅଞ୍ଚଳର ଖ୍ୟାତିସମ୍ପନ୍ନ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ କିମ୍ବା ଐତିହାସିକ ଘଟଣା କିମ୍ବା ସ୍ମାରକୀ ନାମରେ ନାମିତ କରାଯିବ। ଏମ୍‌ସଗୁଡ଼ିକ ସାଧାରଣତଃ ଯେଉଁ ସହରରେ ଅବସ୍ଥିତ ସେହି ଅନୁସାରେ ନାମକରଣ ହୋଇଛି । କିନ୍ତୁ ନୂଆ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସେଗୁଡ଼ିକ ନୂଆ ନାମ ପାଇବେ। ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀ, ପ୍ରତିଷ୍ଠାନ ଯେଉଁଠି ଅବସ୍ଥିତ ସେହି ସ୍ଥାନର ସ୍ପଷ୍ଟ ଭୌଗୋଳିକ ପରିଚୟ ଏବଂ ପ୍ରମୁଖ ଐତିହାସିକ ଘଟଣା କିମ୍ବା ସେହି ଅଞ୍ଚଳର ସ୍ମାରକୀ ସହିତ ଏମ୍‌ସଗୁଡ଼ିକର ନାମ ଯୋଡ଼ାଯିବ। ବିକଳ୍ପ ନାମ ସଂପର୍କରେ ଯେଉଁମାନଙ୍କ ନାଁ ପ୍ରସ୍ତାବରେ ଦିଆଯାଇଛି ସେ ସଂପର୍କରେ ବିସ୍ତୃତ ବିବରଣୀ ମଧ୍ୟ ଦାଖଲ ହୋଇଛି। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଦେଶରେ ୬ଟି ନୂଆ ଏମ୍‌ସ ଖୋଲାଯାଇଛି। । ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର ହୋଇଥିବା ଏହି ଏମ୍‌ସଗୁଡ଼ିକ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇଛି। ୨୦୧୫ରୁ ୨୦୨୨ ମଧ୍ୟରେ ପ୍ରତି‌ଷ୍ଠା ହୋଇଥିବା ୧୬ଟି ଏମ୍‌ସ ମଧ୍ୟରୁ ୧୦ଟିରେ ଏମ୍‌ବିବିଏସ୍‌ ପାଠପଢ଼ା ଏବଂ ଆଉଟ୍‌ପେସେଣ୍ଟ ସେବା ଆରମ୍ଭ ହୋଇଛି। ଅନ୍ୟ ଦୁଇଟିରେ କେବଳ ଏମ୍‌ବିବିଏସ୍‌ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଅନ୍ୟ ୪ଟି ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com