ଜାତୀୟ

ଡନ୍ ଦାଉଦ୍‌ ଇବ୍ରାହିମ ଭାଇ ଇକ୍‌ବାଲ କସ୍କର ବିରୋଧରେ ଇଡିର ଚାର୍ଜଶିଟ୍ ଦାଖଲ

ନୂଆଦିଲ୍ଲୀ() ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମ ଭାଇ ଇକ୍‌ବାଲ କସ୍କର ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆର୍ଥିକ ହେରେଫେର ମାମଲାରେ ୨୦୧୭ରେ ହୋଇଥିବା ଏକ ମାମଲାରେ ଥାନେ ପୁଲିସର ବଟି ଆଦାୟ ନିରଧୋ ସେଲ୍‌ କସ୍କର ବିରୋଧରେ ଚାର୍ଜଶିଟ୍ ଦାଖଲ କରିଛି।

ଚାର୍ଜଶିଟରେ କସ୍କର ସହଯୋଗୀ ମୁମତାଜ ଶେକ୍ ଏବଂ ଇସରାର ସୟେଦର ନାଁ ମଧ୍ୟ ରହିଛି। ଏହି ମାମଲାରେ ମୁମତାଜ ଶେଖ ଓ ଇସରାର ସୟଦର ଘରେ ସର୍ଚ୍ଚ ଅପରେଶନ ମଧ୍ୟ କରାଯାଇଛି। ଫେବ୍ରୁଆରୀ ମାସରେ ଇଡି କସ୍କରକୁ କଷ୍ଟୁଡିରେ ନେଇ ଦାଉଦର ଭାରତରେ ନେଟ୍‌ୱର୍କ ସମ୍ପର୍କରେ ପଚରାଉଚରା କରିଥିଲା।

ଗତ ସପ୍ତାହରେ  ଇଡି ବେଆଇନ ଚାନ୍ଦା ଆଦାୟ ମାମଲାର  ଆର୍ଥିକ ହେରଫେର ଆଇନ୨୦୦୨ ଅଧିନରେ ଅଭିଯୁକ୍ତମାନଙ୍କର ଅଚଳ ସମ୍ପତ୍ତି ସହ ବଡ଼ ଫ୍ଲାଟ୍ ସିଜ୍ କରିଥିଲା। ଏହି ଫ୍ଲାଟ୍ ଟି ଥାନେ ଏରିଆରେ ରହିଥିବା ବେଳେ ମୁମତାଜ୍ ଶେକ ନାଁରେ ରହିଥିଲା। ଯାହାର ମୂଲ୍ୟ ପ୍ରାୟ ୫୫ ଲକ୍ଷ ରଖାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com